ରାଉରକେଲାରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

4

ସୁନ୍ଦରଗଡ,୧୧/୧୦/୨୧ (ଜିଲ୍ଲା ଖବର ) :  ପୁଣି ରାଉରକେଲାରେ ଲଜ୍ୟା । ରାଉରକେଲା ଜଲଦା ଫାଣ୍ଡି ଅଞ୍ଚଳର 13 ବର୍ଷର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।  ଜଲଦା ଫାଣ୍ଡିରେ ଅଭିଯୋଗ ଆଣିଲେ ପୀଡିତା ନାବାଳିକାଙ୍କ ବାପା ।

ଗାଁରେ ପର୍ବ ଥିବାରୁ ନାବାଳିକା ଜଣଙ୍କ ଉକ୍ତ ଗ୍ରାମର ଜଣଙ୍କ ଘରକୁ ନାଚ ଶିଖିବା ପାଇଁ ଯାଉଥିଲେ । ସେଠାରେ ଜଣେ ଯୁବକ ନାବାଳିକାଙ୍କୁ ଧମକ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ପୀଡିତାଙ୍କ ବାପା ଜଣେ ଟ୍ରକ ଡ୍ରାଇଭର । ଅନେକ ସମୟରେ ସେ ବାହାରେ ରୁହନ୍ତି । ଘରେ ନାବାଳିକା ଏବଂ ତାଙ୍କ ମା ରୁହନ୍ତି । ଗାଁ ରେ ପର୍ବ ଥିବାରୁ ନାବାଳିକା ଜଣଙ୍କ ଉକ୍ତ ଗ୍ରାମର ଜଣଙ୍କ ଘରକୁ ନାଚ ଶିଖିବା ପାଇଁ ଯାଉଥିଲା। ସେଠାରେ ଜଣେ ଯୁବକ ନାବାଳିକାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏହା ପରେ ମଧ୍ୟ ତାଙ୍କୁ ବାରମ୍ବାର ଡାକି ଡ଼ରେଇ ଧମକେଇ ଦୁଷ୍କର୍ମ କରି ଆସୁଥିଲେ ।

ସହି ନପାରି ଶେଷରେ ବାଧ୍ୟ ହୋଇ ନାବାଳିକା ଜଣଙ୍କ ଘରେ ସବୁ କଥା  କହିଥିଲା । ନାବାଳିକାଙ୍କ ବାପା ଝିଅଠୁ ସବୁ ଶୁଣି ନ୍ୟାୟ ପାଇଁ ଜଲଦା ଫାଣ୍ଡିର ଦ୍ୱାରସ୍ଥ ହୋଇଛନ୍ତି।