Wednesday, November 11, 2026
Home ଆଞ୍ଚଳିକ କାଷ୍ଟିଂ କାଉଚକୁ ନେଇ ଖୁଲାସା କଲେ ଅଭିନେତା ଜିଶାନ୍

କାଷ୍ଟିଂ କାଉଚକୁ ନେଇ ଖୁଲାସା କଲେ ଅଭିନେତା ଜିଶାନ୍

10

ନୂଆଦିଲ୍ଲୀ, ୧୧/୧୦/୨୧ (ଜିଲ୍ଲା ଖବର ) : ଟେଲି ଅଭିନେତା ତଥା ବିଗ୍ ବସ୍ ଫେମ୍ ଜିଶାନ ଖାନ୍ ନିକଟରେ ତାଙ୍କର କାଷ୍ଟିଂ କାଉଚର ଅନୁଭୂତି ସେୟାର କରିଛନ୍ତି । ସେ କହିଛନ୍ତି ଯେ, କେମିତି ତାଙ୍କୁ ଏକ ମିଟିଂ ପାଇଁ ଡାକି ଡ୍ରେସ୍ ଖୋଲିବାକୁ କୁହାଯାଇଥିଲା ।

ଅଭିନେତା କହିଛନ୍ତି ଯେ, କାଷ୍ଟିଂ କାଉଚ୍ ଡାଇରେକ୍ଟର  ତାଙ୍କୁ ନିଜ ଅଫିସକୁ ମିଟିଂ ପାଇଁ ଡାକିଥିଲେ, ଏବଂ କହିଥିଲେ ଯେ ସେ ଶାରୀରିକ କେତେ ଫିଟ ତାହା ସେ ଦେଖିବାକୁ ଚାହୁଁଛନ୍ତି। ଏହାପରେ ତୁମେ ତୁମ ଟି-ସାର୍ଟ ଖୋଲି ପାରିବକି ବୋଲି କହିଥିଲେ । ଏହାପରେ ଯେତେବେଳେ ପୁଣି ସେ ତାଙ୍କ ଗୋଡ ଦେଖିବାକୁ ଚାହୁଁଛନ୍ତି ବୋଲି କହିଥିଲେ ସେତେବେଳେ, ଜିଶାନ ଜାଣି ପାରିଥିଲେ ଯେ, କିଛି ଗଡବଡ ଅଛି ନିଶ୍ଚୟ ।

ତାପରେ ଏବେ ତ ତୁମେ ବୁଝି ଯାଇଥିବ ବୋଲି ଡାଇରେକ୍ଟର କହିଥିଲେ । ତାପରେ ହଁ ମୁଁ ବୁଝି ସାରିଛି, ହେଲେ ମୁଁ କରି ପାରିବି ନାହିଁ , ଅଡିସନ୍ ଦେବି ମୁଁ ବୋଲି ଜିଶାନ୍ କହିଥିଲେ ।

ଜିଶାନଙ୍କ ଏହି କଥା ଶୁଣିବା ପରେ, କାଷ୍ଟିଙ୍ଗ ଡାଇରେକ୍ଟର କିଛି ତାରକାଙ୍କ ନାଁ ନେଇ ଦାବି କରିଥିଲେ ଯେ, ସେମାନଙ୍କ ସଫଳତା ପଛରେ ତାଙ୍କ ହାତ ଅଛି। ସେସବୁ ,ତାଙ୍କ ଇଚ୍ଛା,ହେଲେ ମୁଁ ଏହା କରି ପାରିବି ନାହିଁ ବୋଲି ଜିଶାନ କହିଥିଲେ । କାଷ୍ଟିଙ୍ଗ ଡାଇରେକ୍ଟର କହିଥିଲେ ଯେ, ସମସ୍ତେ ପ୍ରଥମେ ମନା କରନ୍ତି କିନ୍ତୁ ମାସେ ପରେ କାମ ପାଇବାକୁ କିଛି ବି କରିବାକୁ ରାଜି ହୋଇଯାନ୍ତି।

ତେବେ ତାଙ୍କର ଏହି କଥା ଶୁଣିବା ପରେ, ଅଭିନେତା ଯବାବ୍ ଦେଇ ସେ କହିଥିଲେ ଯେ, ଯଦି ଟ୍ୟାଲେଣ୍ଟ ଛଡା ଅନ୍ୟ କିଛି ଜିନିଷ ଆଧାରରେ ପ୍ରୋଜେକ୍ଟ ମିଳେ ତେବେ ସେ କରି ପାରିବେନି । ଏଥିପାଇଁ ଯଦି କିଛି କାମ ନ ହୁଏ, ତାହେଲେ ସେ ଖୁସିରେ ସାଧାରଣ ଜୀବନ ବଞ୍ଚିବେ ।