Monday, November 16, 2026
Home ଆଞ୍ଚଳିକ ଚାଷୀଙ୍କ ଟଙ୍କା ହଡ଼ପ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି

ଚାଷୀଙ୍କ ଟଙ୍କା ହଡ଼ପ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି

12

୧୧/୧୦/୨୧ (ଜିଲ୍ଲା ଖବର ) : ଚାଷୀଙ୍କ ଟଙ୍କା ହଡ଼ପ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ମିଲର୍ସ ଜରିଆରେ ରାଜ୍ୟ ସରକାର ଖାଇଗଲେ 22ଶହ କୋଟି ଟଙ୍କା ।  ମିଲର୍ସଙ୍କ ଚାପ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଆଜି ପ୍ରେସମିଟ କରି ରାଜ୍ୟ  ସରକାରଙ୍କ ଉପରେ ବର୍ଷିଛନ୍ତି BJP କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।

ଚାଷୀମାନଙ୍କ ପ୍ରତି ଓଡ଼ିଶା ସରକାରଙ୍କ ଆଦୌ ଦରଦ ନାହିଁ । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର । ଅଖା, ସୁତୁଲି ଓ ଶ୍ରମିକ ଚାର୍ଜ ଟଙ୍କା କେନ୍ଦ୍ର ଦେଉଥିଲେ ବି ଚାଷୀଙ୍କୁ ମିଳୁନି । ରାଜ୍ୟରେ  7 ହଜାର ଚାଷୀଙ୍କର ହୋଇଛି ଟୋକନ ଲାପ୍ସ । କେନ୍ଦ୍ର ସରକାର ଦେଉଥିବା ପରିବହନ ଟଙ୍କା ବି ଚାଷୀ ପାଉନାହାନ୍ତି । ମିଲରଙ୍କ ଜରିଆରେ ପରିବହନ ଖର୍ଚ୍ଚ ନ ଦେଇ ଚାଷୀଙ୍କୁ ଲୁଟୁଛନ୍ତି ସରକାର।

ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅତିରିକ୍ତ ଉଷୁନା ଚାଉଳ କିଣିବା ପାଇଁ ଚିଠି ଲେଖିଛନ୍ତି । ଓଡିଶା ସରକାରଙ୍କର ଚାଷୀଙ୍କ ପ୍ରତି କେତେ ଦରଦ ଏବଂ ମିଲରମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ ସରକାର କେତେ ତତ୍ପର ତାହା ଏହି ଚିଠିରୁ ଜଣାପଡୁଛି । କେନ୍ଦ୍ର ସରକାରଙ୍କ ଖାଦ୍ୟ ଯୋଗାଣ ସଚିବ ସମସ୍ତ ରାଜ୍ୟର ସଚିବମାନଙ୍କୁ ନେଇ ବୈଠକ ଡାକିଥିଲେ । ସେହି ବୈଠକକୁ ଆଧର କରି ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି, ବୈଠକରେ ରାଜ୍ୟ ସରକାରଙ୍କ ସଚିବ କାହିଁକି ଚୁପ ବସିଲେ । 2 ମାସ ପରେ ମୁଖ୍ୟମନ୍ତ୍ରୀ କାହିଁକି ଚିଠି ଲେଖିଲେ । ବୈଠକ ପରେ ସାଙ୍ଗେ ସାଙ୍ଗେ ଚିଠି କାହିଁକି ଲେଖିଲେ ନାହିଁ । ନବୀନ ସରକାର ମିଲରମାନଙ୍କ ଜରିଆରେ ଧାନ କିଣା ବିକା କରୁଛନ୍ତି । 10 ରୁ 15 କିଲୋଗ୍ରାମ କଟନୀ ଛଟଣୀ କରି ଧାନ କିଣାଯାଉଛି । 7 ହଜାର ଚାଷୀଙ୍କର ଟୋକନ ଲାପ୍ସ ହୋଇଗଲା । କେନ୍ଦ୍ର ସରକାର ବସ୍ତା, ଲେବର ଚାର୍ଜ, ପରିବହନ ପଇସା ଚାଷୀ ପାଉନାହାନ୍ତି ।

ମିଲରଙ୍କ ଜରିଆରେ ଓ ପରିବହନ ଖର୍ଚ୍ଚ ନଦେଇ ଚାଷୀଙ୍କୁ ଲୁଟ କରାଯାଉଛି । ମୁଖ୍ୟମନ୍ତ୍ରୀ କାହିଁକି ଟୋକନ ଲାପ୍ସ ହୋଇଥିବା ଚାଷୀଙ୍କ ଧାନ କିଣିବା ପାଇଁ କାହିଁକି ନିର୍ଦ୍ଦେଶ ଦେଲେ ନାହିଁ । ପ୍ରଧାନମନ୍ତ୍ରୀ କୃଷକ ନିଧି ଯୋଜନାରେ ସମ୍ପୂର୍ଣ୍ଣ ଚାଷୀଙ୍କ ତାଲିକା କାହିଁକି ରାଜ୍ୟ ସରକାର ଦେଉନାହାନ୍ତି । କାହା ସ୍ୱାର୍ଥରେ ଓଡିଶା ସରକାର । ମିଲର ମାନେ ଏଠି ମଲିକ । ଓଡିଶାର ଚାଷୀ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଅଛନ୍ତି । ତେଣୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଓ ମିଲରମାନଙ୍କ ଲାଭ ପାଇଁ ସରକାର ଚିଠି ଲେଖିଛନ୍ତି ।

ମୁଖ୍ୟମନ୍ତ୍ରୀ ଭୟବୀତ ହୋଇ ଚିଠି ଲେଖିଛନ୍ତି । କେନ୍ଦ୍ରକୁ ଦୋଷ ଦେବା ପାଇଁ ରାଜ୍ୟ ସରକାରଙ୍କର ଏହା ପ୍ରାକ ପ୍ରସ୍ତୁତି । ଏବେ ବି ମିଲର ମାନଙ୍କ ପାଖରେ ଲକ୍ଷ ଲକ୍ଷ ଟନ ଧାନ ଗଚ୍ଛିତ ରଖିଛନ୍ତି । ଏବେ ଧାନ ଟୋକେନ ଲାପ୍ସ ହେବ । ମିଲରମାନେ ଯେଉଁ ଚାଉଳ କମ ଦରରେ ଚାଉଳ କିଣି ଗଚ୍ଛିତ ରଖିଛନ୍ତି । ସେଗୁଡିକୁ ବିକ୍ରି କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି ଚିଠି ଲେଖିଛନ୍ତି । ଦୀର୍ଘ 21 ବର୍ଷ ଶାସନରେ ରହିବା ପରେ ମଧ୍ୟ ଧାନ ସଂରକ୍ଷଣ କରିବା ପାଇଁ ସରକାର ବ୍ୟବସ୍ଥା କରୁନାହାନ୍ତି ।