Wednesday, November 11, 2026
Home ଆଞ୍ଚଳିକ ଜନ୍ମ ଦିନରେ ଭୂଲ ବୟସ ଲେଖିଦେଲେ ବିଗ୍ ବି

ଜନ୍ମ ଦିନରେ ଭୂଲ ବୟସ ଲେଖିଦେଲେ ବିଗ୍ ବି

7

ନୂଆଦିଲ୍ଲୀ, ୧୧/୧୦/୨୧ (ଜିଲ୍ଲା ଖବର ) : ବଲିଉଡ ସୁପରଷ୍ଟାର ଅମିତାଭ୍ ବଚ୍ଚନଙ୍କ ଆଜି ଜନ୍ମଦିନ । ଆଜି ସେ ତାଙ୍କର ୭୯ତମ ଜନ୍ମଦିନ ପାଳନ କରୁଛନ୍ତି । ୭୯ ବର୍ଷ ବୟସରେ ପାଦ ଥାପିବା ପରେ, ମଧ୍ୟ ଆଜିବି  ବେଶ ଫିଟ ଏବଂ କାମରେ ବେଶ ଆକ୍ଟିଭ୍ ବିଗ୍ ବି । ଏହା ସହିତ , ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ବିଗ୍ ବି  ।

ତେବେ ବିଗ୍ ବି ତାଙ୍କ ଜନ୍ମଦିନକୁ ନେଇ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ଏକଦମ୍ ମଜାଦାର କ୍ୟାପ୍ସନ ଲେଖିଛନ୍ତି । ଯେଉଁଥିରେ ସେ ଏକ ଭୂଲ କରି ବସିଛନ୍ତି ଏବଂ ସେହି ଭୂଲକୁ ସଂଶୋଧନ କରିଛନ୍ତି ତାଙ୍କ ଝିଅ  । ବିଗ୍ ବି ଲେଖିଛନ୍ତି ଯେ, ୮୦ ବର୍ଯ୍ୟାୟରେ ପହଞ୍ଚିଛି ….. ଏହା ସହିତ ସେ ଲେଖିଛନ୍ତି, ଯେବେ ସାଠ ସେବେ ପାଠ, ଯେବେ ଅଶୀ ସେବେ ଲସି। ଏହା ସହିତ ସେ କିଛି ହସୁଥିବା ଇମୋଜି ସେୟାର କରିଛନ୍ତି ।

ଅନ୍ୟପଟେ, ବିଗ୍ ବିଙ୍କ ଝିଅ କମେଣ୍ଟ କରି ତାଙ୍କର ଏହି ଭୂଲକୁ ସଂଶୋଧନ କରିଛନ୍ତି  । ଶ୍ବେତା ବଚ୍ଚନ ନନ୍ଦା ଲେଖିଛନ୍ତି ଯେ,ଚଳିତ ବର୍ଷ ୮୦ ନୁହେଁ ବରଂ ୭୯ତମ ଜନ୍ମଦିନ ବୋଲି କହିଛନ୍ତି ।