
ନୂଆଦିଲ୍ଲୀ,୧୧/୧୦/୨୧ (ଜିଲ୍ଲା ଖବର ) : ରାମ ଓ ରାବଣ ଭୂମିକାରେ ଅଭିନୟ କରିବେ ବଲିଉଡ ଅଭିନେତା ହ୍ରିତିକ୍ ରୋଶନ ଓ ରଣବୀର କପୁର । ଏହି ଦୁଇ ଅଭିନେତା ରାମ ଏବଂ ରାବଣ ଭୂମିକାରେ ନଜର ଆସିବେ। ଫିଲ୍ମ ‘ରାମାୟଣ’ ନିର୍ମାଣ କରିବାକୁ ଯାଉଛନ୍ତି ନିର୍ଦ୍ଦେଶକ ନିତେଶ ତିଓ୍ଵାରୀ ।
ରିପୋର୍ଟ ଅନୁଯାୟୀ, ଫିଲ୍ମକୁ ତିନି ଭାଗରେ ପ୍ରସ୍ତୁତ କରାଯିବ । ଏହି ଫିଲ୍ମର ବଜେଟ୍ ୭୫୦ କୋଟି ଟଙ୍କା ରଖାଯାଇଛି । ତେବେ ବର୍ତ୍ତମାନ୍ ହ୍ରିତିକ୍ ଏବଂ ରଣବୀରଙ୍କ ଫି କୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । ଦୁହିଁଙ୍କୁ ରାମ ଓ ରାବଣ ଭୂମିକା ପାଇଁ ପାଖାପାଖି ୧୫୦ କୋଟି ଅର୍ଥାତ୍ ରଣବୀରଙ୍କୁ ୭୫ କୋଟି ଏବଂ ହ୍ରିତିକଙ୍କୁ ୭୫ କୋଟି ଟଙ୍କା ମିଳିବ ବୋଲି ଶୁଣିବାକୁ ମିଳୁଛି ।
ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ହ୍ରିତିକ୍ ରୋଶନ ଓ ରଣବୀର କପୁର ରାବଣ ଏବଂ ରାମ ଚରିତ୍ରରେ ନଜର ଆସିବେ। ନିତେଶ ତିଓ୍ଵାରୀ ଏବଂ ତାଙ୍କ ଟିମ୍ ସୀତା ଚରିତ୍ରରେ ଅଭିନୟ ପାଇଁ ଅଭିନେତ୍ରୀଙ୍କ ସନ୍ଧାନ କରୁଛନ୍ତି।


