Sunday, November 15, 2026
Home ଆଞ୍ଚଳିକ ନୂଆ ଫଟୋସୁଟର ଫଟୋ ସେୟାର କରି,ସମସ୍ତଙ୍କୁ ଦିଓ୍ବାନା କରୁଛନ୍ତି ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍

ନୂଆ ଫଟୋସୁଟର ଫଟୋ ସେୟାର କରି,ସମସ୍ତଙ୍କୁ ଦିଓ୍ବାନା କରୁଛନ୍ତି ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍

8

ନୂଆଦିଲ୍ଲୀ, ୧୧/୧୦/୨୧ (ଜିଲ୍ଲା ଖବର ) : ନିଜକୁ ସବୁବେଳେ ଚଳଚଞ୍ଚଳ ରଖିବାକୁ ବେଶ ପସନ୍ଦ କରନ୍ତି ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ । ସବୁବେଳେ କିଛି ନା କିଛି କାରଣକୁ ନେଇ ସେ ଚର୍ଚ୍ଚାରେ ରୁହନ୍ତି । ତାଙ୍କର ଅନ୍ଦାଜ ଓ ଷ୍ଟାଇଲିଷ୍ଟ ଲୁକକୁ  ଖୁବ୍ ପସନ୍ଦ କରନ୍ତି ଫ୍ୟାନ୍ସ । ସୋସିଆଲ ମିଡିଆରେ ମଧ୍ୟ ବେଶ ସକ୍ରିୟ ଅଭିନେତ୍ରୀ । ଅନେକ ସମୟରେ ସେ ତାଙ୍କ ଫଟୋସୁଟର ଫଟୋ ସେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ।

ନିକଟରେ ସୋସିଆଲ୍ ମିଡିଆରେ ସେ ତାଙ୍କର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ବ୍ଲାକ୍ ବ୍ରାଲେଟ୍, ଶିମ୍‌ରୀ ଜ୍ୟାକେଟ୍‌ ସହିତ କାଓ ବୁଟ୍ସ ପିନ୍ଧିଥିବା ନଜର ଆସନ୍ତି। ଏହା ସହିତ ସେ ଗୋଲ୍ଡ ବ୍ରେସ୍‌ଲେଟ୍ ସହିତ ବଡ କାନର ଓ ସୁନା ଚେନ୍ ପିନ୍ଧିଛନ୍ତି। ଖାଲି ଏତିକି ନୁହେଁ, ଡାର୍କ ଲିପ୍‌ଷ୍ଟିକ୍ ସହିତ ସେ କ୍ୟାମେରା ଆଗରେ ଭିନ୍ନ ଭିନ୍ନ ପୋଜ ଦେଉଥିବା ନଜର ଆସୁଛନ୍ତି । ତେବେ ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରୁଛନ୍ତି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।