
୧୧/୧୦/୨୧ (ଜିଲ୍ଲା ଖବର ) : ବଲିଉଡର ସୁପରଷ୍ଟାର ଅମିତାଭ୍ ବଚ୍ଚନଙ୍କ ଆଜି ଜନ୍ମଦିନ । ଆଜି ୭୯ ବର୍ଷରେ ପାଦ ଥାପିଲେ ବିଗ୍ ବି । ୧୧ ଅକ୍ଟୋବର ୧୯୪୨ରେ ଆହ୍ଲାବାଦରେ ସେ ଜନ୍ମଗ୍ରହଣ କରିଥିଲେ । ୭୯ ବର୍ଷରେ ପାଦ ଥାପିସାରିଥିବା ବିଗ୍ ବି ଆଜିବି ଏକଦମ୍ ଫିଟ ଅଛନ୍ତି । ଆଜି ସେ ତାଙ୍କର କାର୍ଯ୍ୟରେ ସେତିକି ଆକ୍ଟିଭ୍ ଅଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ସବୁବେଳେ ପସନ୍ଦ କରନ୍ତି । ଦମଦାର ଅଭିନୟ ମାଧ୍ୟମରେ ସେ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ଯେ କୌଣସି ଭୂମିକା ହେଉ ନା କାହିଁକି , ସବୁ ଚରିତ୍ରକୁ ସେ ଜୀବନ୍ତ କରିବାକୁ ଚେଷ୍ଟା କରନ୍ତି । ଅଭିନୟ ଦୁନିଆଁରେ ତାଙ୍କୁ ଅନେକ ନିଜର ଆଇଡଲ ବୋଲି ମାନନ୍ତି ।
ବିଗ୍ ବିଙ୍କ ଜନ୍ମ ଦିନରେ ବାଲୁକାକଳା ମାଧ୍ୟମରେ ବିଗ୍ ବି ଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।


