Sunday, November 15, 2026
Home ଆଞ୍ଚଳିକ ନିଖିଳ ଉତ୍କଳ ବୈଦିକ ପରିଷଦ ପକ୍ଷରୁ ସଭାରେ ବିଭିନ୍ନ ଅଞ୍ଚଳରୁ ବିଦ୍ୱାନ ବ୍ରାହ୍ମଣଙ୍କ ସମାଗମ

ନିଖିଳ ଉତ୍କଳ ବୈଦିକ ପରିଷଦ ପକ୍ଷରୁ ସଭାରେ ବିଭିନ୍ନ ଅଞ୍ଚଳରୁ ବିଦ୍ୱାନ ବ୍ରାହ୍ମଣଙ୍କ ସମାଗମ

23

ଜଟଣୀ,୧୦/୧୦/୨୧ (ଜିଲ୍ଲା ଖବର) : ନିଖିଳ ଉତ୍କଳ ବୈଦିକ ପରିଷଦ ପକ୍ଷରୁ ତା ୧୦/୧୦/୨୦୨୧ ରିଖ ରବିବାର ଦିନ ଜଟଣୀ, ବାଛରା ସ୍ଥିତ ରଘୁନାଥ ଦେବ ଙ୍କ ମନ୍ଦିର ପ୍ରାଙ୍ଗଣରେ ପରିଷଦ ର ୨୩ତମ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଭିନ୍ନ ଅଞ୍ଚଳରୁ ବିଦ୍ବାନ ବ୍ରାହ୍ମଣଙ୍କ ସମାଗମ ହୋଇଥିଲା। ଏହି ସଭା ରେ ପ୍ରାୟ ଅଶି ରୁ ଅଧିକ ବ୍ରାହ୍ମଣ ଯୋଗ ଦେଇଥିଲେ। ଉକ୍ତ ବୈଠକରେ ବ୍ରାହ୍ମଣ ମାନଙ୍କ ମୌଳିକ ସମସ୍ୟା ଆଲୋଚନା କରାଯାଇଥିଲା ଏବଂ ତାହାର ସମାଧାନ କିପରି କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯିଵା ସହ ନୂତନ ସଦସ୍ୟ ମାନଙ୍କୁ ସ୍ବାଗତ କରାଯାଇଥିଲା । ଆଗାମୀ ଦିନରେ ରାଜ୍ୟ ସରକାର ଙ୍କ ନିକଟରେ ବ୍ରାହ୍ମଣ ମାନଙ୍କ ର ସମସ୍ୟା ଉପସ୍ଥାପନ କରାଯିବ ସେ ବିଷୟରେ ଗଭିର ଆଲୋକ ପାତ କରାଯାଇଥିଲା ଓ ପରିଷଦ ର ଏକ ସ୍ଥାୟୀ କାର୍ଯ୍ୟାଳୟ ଆରମ୍ଭ ହେବ ସେ ବିଷୟରେ ଆଲୋଚନା ହୋଇଥିଲା।।ସଭା ପ୍ରାରମ୍ଭ ରେ ବାଛରା ଗ୍ରାମ ର ବ୍ରାହ୍ମଣ ସମିତି ବରିଷ୍ଠ ପଣ୍ଡିତ ଶ୍ରୀ ଜୟକୃଷ୍ଣ ରଥ ମହୋଦୟ ସମସ୍ତ ବିଦ୍ୱାନ ବ୍ରାହ୍ମଣ ମାନଙ୍କୁ ସ୍ବାଗତ କରିଥିଲେ ।ଏହି ସଭା ରେ ବହୁ ବିଦ୍ୱାନ ପଣ୍ଡିତ ଙ୍କ ଦ୍ଵାରା ବେଦ ବେଦାନ୍ତ ଓ ଶାସ୍ତ ବିଷୟରେ ଆଲୋଚନା କରାଯାଇଥିଲା । ଅନ୍ୟ ବ୍ରାହ୍ମଣ ପରିଷଦ ସହିତ ମିଶି ବ୍ରାହ୍ମଣ ମାନଙ୍କର କିପରି ଉନ୍ନତି କରାଯିବ ସେହି ବିଷୟ ରେ ଆଲୋଚନା କରା ଯାଇଥିଲା।ସଭା ଶେଷ ରେ ବୃକ୍ଷ ରୋପଣ କରା ଯାଇଥିଲା। ପରିଷଦ ର ସଭାପତି ଶ୍ରୀଯୁକ୍ତ ଉଲ୍ଲାସ ଚନ୍ଦ୍ର ମିଶ୍ର ଙ୍କ ସଭାପତିତ୍ବରେ ଓ ସମ୍ପାଦକ ଶ୍ରୀଯୁକ୍ତ ଅମୂଲ୍ୟ ଦାଶ ଙ୍କ ସମ୍ପାଦନା ରେ ଓ ଶ୍ରୀଯୁକ୍ତ ପ୍ରଭଞ୍ଜନ ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ସଭା କାର୍ଯ୍ୟ ଆଗକୁ ବଢିଥିଲା ।