
କନ୍ଧମାଳ,୧୦/୧୦/୨୧ (ଜିଲ୍ଲା ଖବର) : ଜଣେ ଛତିଶଗଡ଼ିଆ ମାଓବାଦୀ କନ୍ଧମାଳ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛି !ଆତ୍ମ ସମର୍ପଣ କରିଥିବା ମାଓବାଦୀଙ୍କ ନାମ ରାହୁଲ ମୂଷାକୀ, ତାଙ୍କ ଘର ସୁକୁମା ଜିଲ୍ଲାର ତଲତ ଗ୍ରାମରେ !ସେ 2015 ମସିହାରେ ମାଓବାଦୀ ସଂଘଠନରେ ଯୋଗ ଦେଇଥିଲେ ଏବଂ ଜଣେ ପାର୍ଟୀ ମେମ୍ବର ଭାବେ ବଂଶଧାରା ଘୁମୁସର ନାଗାବଳି ଡିଭିଜନରେ କାମ କରୁଥିଲେ !ସେ ବହୁ ମାଓ ସଂଘଠନରେ କାମ କରୁଥିବା ସମୟରେ ବହୁ ମାଓ ହିଂସାକାଣ୍ଡରେ ସାମିଲ ଥିଲେ ଏବଂ ଶିବାଜୀ ନାମକ ବହୁ ନେତାଙ୍କ ସହିତ କାମ କରୁଥିଲେ !ତେବେ ମାଓବାଦୀ ମାନେ ଯାହା କୁହନ୍ତି ତାହା ନକରିବା ସହିତ ସେମାନଙ୍କୁ ନିର୍ଯ୍ୟାତନା ଦେବା ସହିତ ଦମନ କରୁଥିଲେ !ତେବେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ବିରୋଧ କରିବା ସହିତ ରାଜ୍ୟ ସରକାରଙ୍କ ଆତ୍ମ ସମର୍ପଣ ପଲିସିରେ ପ୍ରଭାବିତ ହୋଇ ସେ କନ୍ଧମାଳ ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା କହିଛନ୍ତି !ସେହିଭଳି ମାଓବାଦୀ ମାନେ ହିଂସାର ରାସ୍ତା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହୋଇ ବିକାଶରେ ସାମିଲ ହୁଅନ୍ତୁ ବୋଲି କନ୍ଧମାଳ SP ଭିନୀତ ଅଗ୍ରୱାଲ କହିଛନ୍ତି !



