
କନ୍ଧମାଳ,୧୦/୧୦/୨୧ (ଜିଲ୍ଲା ଖବର) : ରବିବାର ଦିନ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟ ଫିରିଙ୍ଗିଆ ରେ ତ୍ରିଦିବସୀୟ ସଙ୍କୁଳ ସ୍ତରୀୟ ଯୁବ ରେଡକ୍ରସ୍ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ ହୋଇଯାଇଛି ।ଏଥିରେ ଫିରିଙ୍ଗିଆ ପଞ୍ଚାୟତ ଡ଼ିଗ୍ରୀ ମହାବିଦ୍ୟାଳୟ , ଫିରିଙ୍ଗିଆ ପଞ୍ଚାୟତ ଜୁନିଅର କଲେଜ, ଡ଼ିଗ୍ରୀ କଲେଜ ଲାଇନପଡ଼ା, ଆଞ୍ଚଳିକ କନିଷ୍ଠ କଲେଜ୍ ଶଙ୍କରାଖୋଲ ସ୍ନାତକ ମହାବିଦ୍ୟାଳୟ ସାରଙ୍ଗଡ଼ ର ପ୍ରାୟ 25 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ନିଜର ଦକ୍ଷତା ର ବିକାଶ କରାଇଥିଲେ ।
କୁଇଜ୍, ବକୃତା ,ପ୍ରବନ୍ଧ, ଚିତ୍ରାଙ୍କନ, ଓ କଣ୍ଠ ସଙ୍ଗୀତ ଏହିପରି ପାଞ୍ଚଟି ପ୍ରତିଯୋଗିତା ଆୟୋଜନ କରାଯାଇ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରା ଯାଇଥିଲା । ଶ୍ରେଷ୍ଠ ସ୍ବେଚ୍ଛସେବୀ ଚୟନ କରାଯାଇ ତାଙ୍କୁ ସମ୍ମାନିତ କରାଯାଇଥିଲା । ଫରେଷ୍ଟର ଶ୍ରୀଯୁକ୍ତ ରବୀନ୍ଦ୍ର ପାତ୍ର ଅତିଥି ରୂପେ ଯୋଗଦେଇ ଜଙ୍ଗଲ ସମ୍ପଦ ସୁରକ୍ଷା ,ବୃକ୍ଷ ରୋପଣ ସମ୍ପର୍କରେ ମାର୍ଗ ଦର୍ଶନ ଦେଇଥିଲେ । ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼. ବିଭୂତି ଭୂଷଣ ଆଚାର୍ଯ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି ତିନି ଦିନରେ ଅଧ୍ୟାପକ ପ୍ରସନ୍ନ ପଟ୍ଟନାୟକ , ସ୍ଥାନୀୟ ଡକ୍ଟର ମିଲନ୍ ପ୍ରଧାନ , ଅଗ୍ନିସମ ଅଧିକାରୀ ସୋରଜ୍ କୁମାର୍ ମହାପାତ୍ର , ଓ ରାଜେଶ୍ କୁମାର୍ ଚହ୍ୱନ୍ , ଫିରିଙ୍ଗିଆ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ଚିତ୍ତରଞ୍ଜନ ମିଶ୍ର ପ୍ରଶିକ୍ଷକ ରୂପେ ଯୋଗ ଦେଇଥିଲେ ।
କାର୍ଯ୍ୟ କ୍ରମର ଦୂତିୟ ଦିବସରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ୨୦ ରୁ ଅଧିକ ଛାତ୍ର ଛାତ୍ରୀ ରକ୍ତ ଦାନ କରିଥିଲେ।ସ୍ନାତକ ମହାବିଦ୍ୟାଳୟ ଫିରିଙ୍ଗିଆ ର ଅଧ୍ୟକ୍ଷ ନବଘନ ସାହୁ ସଭାପତି ରୂପେ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ । ଅଧ୍ୟାପିକା ହରପ୍ରିୟା ମିଶ୍ର , ବନିତା ପଣ୍ଡା ସୁସୂପ୍ତି ପଟ୍ଟନାୟକ , ସନ୍ଧ୍ୟାରାଣୀ ପାଢ଼ୀ ଏବଂ ଅଧ୍ୟାପକ ଡ଼. ବିରଞ୍ଚିନାରାୟଣ ସାହୁ , ଶ୍ରୀନିବାସ ରାଓ , ତଥା ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଙ୍କ ସହଯୋଗରେ ଶିବିର ସଫଳ ହୋଇଥିଲା । ଏହି ତିନିଦିନର ପଶିକ୍ଷଣ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ସଫଳ ଭାବେ ।



