Monday, October 12, 2026
Home ଅପରାଧ କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼

କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼

10

୧୦/୧୦/୨୧ (ଜିଲ୍ଲା ଖବର) : ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼।କେନ୍ଦୁଝର ବିଧାୟକଙ୍କ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ହୋଇଛି। ବୋମାମାଡ଼ ନେଇ ଟାଉନ୍ ଥାନାରେ ଅଭିଯୋଗ କଲେ ବିଧାୟକ।

ମିଟିଂ ସାରି ଫେରୁଥିବାବେଳେ ଗାଡ଼ି ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି।  ବାଇକରେ ଆସି ୨ ଦୁର୍ବୃତ୍ତ ୨ଟି ବୋମାମାଡ଼ କରିଥିବା ସୂଚନା। ବୋମାମାଡ଼ରେ ବିଧାୟକଙ୍କ ଗାଡ଼ି କ୍ଷତିଗ୍ରସ୍ତ ସୂଚନା। କେଉଁଥିପାଇଁ ଦୁର୍ବୃତ୍ତ ବୋମାମାଡ଼ କଲେ ଜଣାପଡ଼ିନି। ଏନେଇ ପୋଲିସ ତଦନ୍ତ ଜାରି ରଖିଛି।

ଏହି ଘଟଣା ପରେ କେନ୍ଦୁଝର ଟାଉନ୍ ଥାନାରେ ସମ୍ମୁଖରେ ବିଜେପି କର୍ମୀମାନେ ଏକାଠି ହୋଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତଙ୍କୁ ଧରିବାକୁ କେନ୍ଦୁଝର ମଣ୍ଡୁଆ ରାସ୍ତାରେ ନାକାବନ୍ଦି କରି ଚେକିଂ କରୁଛି ପୁଲିସ୍।