Home ଅପରାଧ ଚୁଆରେ ବୁଡ଼ିଗଲେ ଭାଇ-ଭଉଣୀ, ଜଣେ ମୃତ

ଚୁଆରେ ବୁଡ଼ିଗଲେ ଭାଇ-ଭଉଣୀ, ଜଣେ ମୃତ

13

୧୦/୧୦/୨୧ (ଜିଲ୍ଲା ଖବର) : ଚୁଆରେ ବୁଡ଼ିଗଲେ ଭାଇ-ଭଉଣୀ । ଉଦ୍ଧାର ବେଳେ ଭଉଣୀ ମୃତ, ଭାଇ ଗୁରୁତର । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ଥାନା ରତନପୁର ( କୁହୁଡି ) ଗାଁର ସୁନ୍ଦରଗଡ ସାହିରେ ଘଟିଛି ଏହି ଅଭାବନୀୟ ଘଟଣା । ଘର ପାଖରେ ଥିବା ଚୁଆ ନିକଟରେ ଖେଳୁଥିଲେ ଭାଇ-ଭଉଣୀ ।  ନିର୍ଦ୍ଧାରିତ ସମୟରେ ଘରକୁ ନଫେରିବାରୁ ଘର ଲୋକେ ଖୋଜିବା ପରେ ଚୁଆରେ ଭାଇ-ଭଉଣୀ ପାଣିରେ ଭାସୁଥିବା ଦେଖି ଉଦ୍ଧାର କରିଥିଲେ ।

ଭାଇ-ଭଉଣୀଙ୍କୁ ଚିକିତ୍ସା ପାଇଁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଭଉଣୀକୁ ଡାକ୍ତର ମୃତ ଘୋଷଣା କରିଛନ୍ତି ଏବଂ ଭାଇର ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି । ରତନପୁର ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ୬ ବର୍ଷର ପୁଅ ପ୍ରୀତମ ଓରଫ ସାଈ ବେହେରା ଏବେ ମୃତ ଝିଅ ପ୍ରୀତିସ୍ମିତା ବେହେରା।