Saturday, November 14, 2026
Home ଆଞ୍ଚଳିକ ମିଶୁ ମୋର ଦେହ ଏ ଦେଶ ମାଟିରେ ...

ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶ ବାସୀ ଚାଲି ଯାଆନ୍ତୁ ପିଠିରେ ଏହି ଆତ୍ମୀୟମାନ ତେଯୋଦୀପ୍ତ ବଜ୍ର ନିଘୋଷ ନିନାଦରେ କରି ଆସିଥିବା ସେହି ସ୍ମରଣୀୟ ପଣ୍ଡିତ ଗୋପବନ୍ଧୁ ଦାସ ଜୟନ୍ତୀ ସୁ -ଅବସରରେ ଅମର ଏ ଗାନ୍ଧୀ ଗୋପବନ୍ଧୁ ସେବାଶ୍ରମ ପାଳନ ଆସୁଅଛି |

47

୧୦/୧୦/୨୧ (ଜିଲ୍ଲା ଖବର) : ବରେଣ୍ୟ ଏହି ମହାନ ଆତ୍ମା ଅଂକୁରଦେମ 1877 ମସିହା ଅକ୍ଟୋବର ମାସ 9 ତାରିଖ ପିତା ଦୈତାରୀ ଦାସ ଓ ମାତା ସ୍ବର୍ଣ୍ଣମୟୀ ଦେବୀଙ୍କ କୁଳ ମଣ୍ଡନ କରି ପଲ୍ଲବିତ ହୋଇଥିଲା |ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ତ ଶୁଆଣ୍ଡୋ ଗ୍ରାମରେ ପାଖରେ କୁଳୁ କୂଳୁ ନାଦ କରି ଭାର୍ଗବୀ ନଦୀ ବହି ଯାଉଛି |ଅତି କମ ବୟସରେ ମାତୃହରା କମଳା ଦେବୀ ସ୍ନେହ ପାଇ 12ବର୍ଷ ବୟସ ରେ ମୋତି ଦେବୀ ଧର୍ମପତ୍ନୀ ରୂପେ ଗ୍ରହଣ କରିଥିଲେ |ଦରିଦ୍ରର ତାଡନା ତାଙ୍କୁ ଲକ୍ଷ୍ୟ ଭ୍ରଷ୍ଟ କରି ପରିପାରିନଥିଲା |ଓଡିଶାର ପୁରପଲ୍ଲୀରେ ବନ୍ୟା, ବାତ୍ୟା, ଦୁର୍ଭିକ୍ଷ, ମରୁଡି କରାଳ ଜିଭରେ ଲିନ ହୋଇଯିବା ବେଳେ ସେହି ଦୁର୍ଭିକ୍ଷ ମଣିଷ ସମାଜ ଧନୁତ୍ଵରୀ ଭଳି ସେବା ଶ୍ରୁଷାସା କରି ନବ ଜୀବନ ଦେଇ ବଞ୍ଚିବାର ନୂଆ ପଥ ଦେଖାଇ ଅଶେଷ କୃପା ଢାଳି ଦଉଥିଲେ |ସେତେବେଳେ ଓଡିଶାର ଭାଷା ସଂସୃତିକୁ ଲୋପ କରିଦେବାକୁ କିଛି କୁଟ ଚକ୍ରାନ୍ତି ଯୋଜନା କରୁଥିବା ବେଳେ ସମାଜ ଆଉ ସତ୍ୟ ଭଳି ହାତ ଖବରକାଗଜ ଲୋକ ମାନଙ୍କ ପଖରେ ପହଞ୍ଚାଇ ସେହି ଦୁଇ କାଗଜର ଜନ୍ମଦାତା ବୋଲାଇ ପାରିଥିଲେ |


ଏଭଳି ପୁଣ୍ୟତ୍ମାଙ୍କ ଜୟନ୍ତୀ ଅବସରରେ ଆମ ନୀଳାଞ୍ଚଳ ସାହି ବାସିନ୍ଦା ସହିତ ପ୍ରହଲ୍ଲାଦ ସାହୁ, ପ୍ରଦୀପ କୁମାର ମହାରଣା, ପଦ୍ମଚରଣ ସାହୁ, ରାଧା କୃଷ୍ଣ ହୋତା, ସନ୍ତୋଷ ମହାରଣା, ମେହଶ୍ୱର ମହାରଣା, ସଦାଶିବ ମହାରଣା, ନାରାୟଣ ମହାପାତ୍ର, ଲଷ୍ମୀପ୍ରିୟା ସାହୁ, ତାରିଣୀ ମହାରଣା, ସୁଧୀର ମହାରଣା ସମେତ ଅନେକ ବ୍ୟକ୍ତି ସହଯୋଗ କରିଥିଲେ |ଆଜି ଅନୁଷ୍ଠାନ ତରଫରୁ ଛୋଟ ଛୋଟ ପିଲାମାନଙ୍କୁ ବିସ୍କୁଟ ପ୍ୟାକେଟ ସହିତ ଦୁଃଖି, ରଙ୍କି ଗରିବ ଅସହାୟ ମାନଙ୍କୁ ଜଳଖିଆ ବଣ୍ଟନ କରାଯାଇଥିଲା |