
ଜଟଣୀ, ୧୦/୧୦/୨୧ (ଜିଲ୍ଲା ଖବର) : ବିଭିନ୍ନ ସ୍ଥାନରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଶନିବାର ପାଳିତ ହୋଇଯାଇଛି। ଗୋପବନ୍ଧୁ ପାର୍କ ଏବଂ ବାଛରା ଗୋପବନ୍ଧୁ । ଛକଠାରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ |
ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା
।ଗୋପବନ୍ଧୁ ପାର୍କରେ ଆଇନଜୀବୀ ଅବନୀ କୁମାର ରାଉତରାୟ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜଟଣୀ ବରିଷ୍ଠ ନାଗରିକ ମଞ୍ଚର ଭକ୍ତବନ୍ଧୁ ଚୌଧୁରୀ, ରବି ମିଶ୍ର, ବରିଷ୍ଠ ନାଗରିକ ସେବା ସଂଘର ଜବାହାରଲାଲ ସୁବୁଦ୍ଧି, ଇଂ.ରାଜେନ୍ଦ୍ର ପ୍ରସାଦ ନାୟକ, ପୁସ୍ତକମେଳା ସମିତିର ସୁଶାନ୍ତ କୁମାର ରାଉତ, ପ୍ରାଥମିକ ଶିକ୍ଷକ ସଂଘର ତ୍ରିନାଥ ସାମନ୍ତରାୟ ଅକ୍ଷୟ କୁମାର ପାଲଟାସିଂହ, ଗୋପାଳ ଚନ୍ଦ୍ର ଦାସ, ପୂର୍ବତନ ସରପଞ୍ଚ ଦିବାକର ମଙ୍ଗରାଜ, ଜନଅଧିକାର ସଂଘର ବାସୁଦେବ ସେଠୀ ଓ ସଞ୍ଜୀବ କୁମାର ପ୍ରମୁଖ ଉତ୍କଳମଣିଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ।




