Monday, October 12, 2026
Home ଅପରାଧ ୩ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ବାନ୍ଧିଲା ପୁଲିସ୍

୩ ପ୍ରଥମ ଶ୍ରେଣୀ କର୍ମଚାରୀଙ୍କୁ ବାନ୍ଧିଲା ପୁଲିସ୍

29

୧୦/୧୦/୨୧ (ଜିଲ୍ଲା ଖବର) : ରାଜ୍ୟର ୩ ପ୍ରଥମ ଶ୍ରେଣୀ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ବାବୁ ୩ ଜଣ ବିପୁଳ ପରିମାଣର ଟଙ୍କା ଧରି ଘରକୁ ଫେରୁଥିବା ବେଳେ କାଲି ଉକ୍ତ ଟଙ୍କା ଜବତ ହୋଇଥିଲା। ଆଜି ସମସ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସମସ୍ତଙ୍କୁ ଆଜି ହିଁ କୋର୍ଟ ଚାଲାଣ କରାଯିବ। 

ଗିରଫ ଅଧିକାରୀମାନେ ହେଉଛନ୍ତି ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(PCB, Balasore)ର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରା ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(SPCB)ର ଆଞ୍ଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ଓ ଗତକାଲି ଟଙ୍କା ନେଇ ଧରାପଡିଥିବା କେନ୍ଦୁଝର ବୈତରଣୀ ଜଳସମ୍ପଦ ଡିଭିଜନର ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ।
ବାଲେଶ୍ୱରPCBର ଆଞ୍ଚଳିକ ଅଧିକାରୀ ନରୋତ୍ତମ ବେହେରାଙ୍କଠାରୁ ୧୦ ଲକ୍ଷ ୧୪ ହଜାର ଟଙ୍କା ଜବତ ହୋଇଛି। ଆଜି ନରୋତ୍ତୋମଙ୍କ ଘରୁ ୯ ଲକ୍ଷ ୨୫ ହଜାର ଟଙ୍କା ଜବତ କରାଯାଇଛି। ଗତକାଲି ଟାଙ୍ଗି ଟୋଲଗେଟ ନିକଟରେ ତାଙ୍କ ପାଖରୁ ୮୯,୦୦୦ ଟଙ୍କା ଜବତ ହୋଇଥିଲା।

ସେହିପରି SPCB ଅଧିକାରୀ ପି.କେ. ମହାପାତ୍ରଙ୍କଠାରୁ ୧ଲକ୍ଷ ୭୫ ହଜାର ଟଙ୍କା ଜବତ ହୋଇଛି। ରାଉରକେଲାରେ ପି.କେ. ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି। 

ସୂଚନାଯୋଗ୍ୟ ଗତକାଲି କେନ୍ଦୁଝର, ବୈତରଣୀ ଜଳସମ୍ପଦ ଡିଭିଜନର ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁଙ୍କଠାରୁ ୧୦ ଲକ୍ଷ ୭୧ ହଜାର ୬୨୦ ଟଙ୍କା ଜବତ ହୋଇଥିଲା। ଆଜି ପୁଣି ୬୪ ହଜାର ଟଙ୍କା ଜବତ କରି ତାଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ। ଗତକାଲି ଯାଜପୁରରୁ ବିଧାନଙ୍କଠାରୁ ୧୦ ଲକ୍ଷ ଟଙ୍କା ସହ ଧରିଥିଲା ଭିଜିଲାନ୍ସ।