
ନୂଆଦିଲ୍ଲୀ ,୧୦/୧୦/୨୧ (ଜିଲ୍ଲା ଖବର) : ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ ସବୁବେଳେ କିଛି ନା କିଛଇ କାରଣକୁ ନେଇ ଚର୍ଚ୍ଚା ପରିସରରେ ରୁହନ୍ତି । ତାଙ୍କ ଡ୍ରାମା ଉପରେ ସବୁବେଳେ ମିଡିଆର ନଜର । ନିକଟରେ ସେ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଗରିଲା ରୂପେ ସେ ନଜର ଆସୁଛନ୍ତି । ସଲମାନ ଖାନଙ୍କୁ ଭେଟିବା ପାଇଁ ବିଗ୍ ବସ୍ ଘରେ ପ୍ରବେଶ କରିବାକୁ ଯାଉଛନ୍ତି । ବିଗ୍ ବସ୍ ମୁଁ ଆସୁଛି ବୋଲି, ସେ ଭିଡିଓରେ କହୁଛନ୍ତି ।
ଇନଷ୍ଟାଗ୍ରାମରେ ଏହି ମଜାଦାର ଭିଡିଓ ସେୟାର କରି ରାକ୍ଷୀ ଲେଖିଛନ୍ତି – କେଲା ଅଟକ୍ ଗୟାରେ, ଆସନ୍ତାକାଲି ମୁଁ ବିଗ୍ ବସ୍ କୁ ଆସୁଛି । ଏଥିରେ ସେ ଏକ ଗରିଲା ଡ୍ରେସ୍ ପିନ୍ଧିବା ସହିତ, ମୁଣ୍ଡରେ ହଳଦିଆ ରଙ୍ଗର ଓଢଣୀ ପକାଇ ଡାନ୍ସ କରୁଥିବା ନଜର ଆସୁଛନ୍ତି ।
ଅନ୍ୟପଟେ ରାକ୍ଷୀଙ୍କର ଏହି ଭିଡିଓକୁ କେହିକେହି ପସନ୍ଦ କରୁଥିବା ବେଳେ, କେହିକେହି ତାଙ୍କୁ ଟ୍ରୋଲ କରୁଛନ୍ତି ।


