Thursday, November 12, 2026
Home ଆଞ୍ଚଳିକ ସୁପର ଡ୍ୟାନ୍ସର-୪: ବାଜି ମାରିନେଲେ ଫ୍ଲୋରିନା

ସୁପର ଡ୍ୟାନ୍ସର-୪: ବାଜି ମାରିନେଲେ ଫ୍ଲୋରିନା

10

୧୦/୧୦/୨୧ (ଜିଲ୍ଲା ଖବର) : ସରିଲା ସୋନି ଟିଭିରେ ପ୍ରସାରିତ ଡ୍ୟାନ୍ସ ସୋ ସୁପର ଡ୍ୟାନ୍ସର-୪ । ଏହି ଶୋର ବିଜେତା ହୋଇଛନ୍ତି ଫ୍ଲୋରିନା ଗୋଗୋଇ । ଟ୍ରଫି ହାତେଇଛନ୍ତି ଆସମର ଫ୍ଲୋରିନା ଗୋଗୋଇ । ଗତ କାଲି ଏହି ଶୋର ଗ୍ରାଣ୍ଡ ଫାଇନାଲ ଶେଷ ହୋଇଛି । ତେଵେ ସୁପର ଡ୍ୟାନ୍ସର ଚାପ୍ଟର-୪ର ଟପ -୫ରେ ଫ୍ଲୋରିନା ଗୋଗୋଇ, ଇଶା ମିଶ୍ରା , ସଞ୍ଚିତ ଚନାନା, ପୃଥିରାଜ୍‌, ନୀରଜା ଫାଇନା ଲିଷ୍ଟ ଥିଲେ । ହେଲେ ଏହାରି ମଧ୍ୟରେ ସମସ୍ତଙ୍କୁ ଟକ୍କର ଦେଇ ବିଜେତା ହୋଇଛନ୍ତି ଫ୍ଲୋରିନା ।

ଟାଇଟଲ ବିଜୟିନୀ ୭ ବର୍ଷୀୟ ଫ୍ଲୋରିନାଙ୍କୁ ୧୫ ଲକ୍ଷ ଏବଂ ତାଙ୍କ ମେଣ୍ଟର ତଥା ପ୍ରଶିକ୍ଷକ ତୁଷାର ସେଟ୍ଟୀଙ୍କୁ ୫ଲକ୍ଷ ଟଙ୍କା ପୁରସ୍କାର ମିଳିଛି । ଏବଂ ଅନ୍ୟ ଟପ ୫ରେ ଥିବା ଡ୍ୟାନ୍ସରମାନଙ୍କୁ ମଧ୍ୟ ପୁରସ୍କାର ମିଳିଛି। ତେବେ ଅନେକ ଦିନ ଧରି ଚାଲିଥିବା ଏହି ସୋ ସମସ୍ତଙ୍କ ହୃଦୟକୁ ଜିଣିଥିଲା।