Home ଅପରାଧ ରାମ ମନ୍ଦିରରୁ ଲୁଟ, ଠାକୁରଙ୍କ ବିଭିନ୍ନ ଅଳଙ୍କାର ସହ ମୁକୁଟକୁ ଲୁଟିନେଲେ ଲୁଟେରା

ରାମ ମନ୍ଦିରରୁ ଲୁଟ, ଠାକୁରଙ୍କ ବିଭିନ୍ନ ଅଳଙ୍କାର ସହ ମୁକୁଟକୁ ଲୁଟିନେଲେ ଲୁଟେରା

9

ଭଦ୍ରକ,୧୦/୧୦/୨୧ (ଜିଲ୍ଲା ଖବର) : ରାମ ମନ୍ଦିରରୁ ଲୁଟ ଅଭିଯୋଗ । ଠାକୁରଙ୍କ ବିଭିନ୍ନ ଅଳଙ୍କାର ସହ ମୁକୁଟକୁ ଲୁଟି ନେଲେ ଲୁଟେରା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଦୈସିଂ ପଞ୍ଚାୟତ ସାଳନ୍ଦୀ ନଦୀ କୂଳରେ ଥିବା ରାମ ମନ୍ଦିର ଚାବି ଭାଙ୍ଗି ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ସ୍ଥାନୀୟ ଲୋକେ ସକାଳୁ ମନ୍ଦିର ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ ପରେ ମନ୍ଦିର ପୁଜାରୀ ଗ୍ରାମାଞ୍ଚଳ ଥାନାରେ ଚୋରି ନେଇ ଲିଖିତ ଅଭିଯୋଗ କରିଥିବା ନେଇ ସୂଚନା ମିଳିଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।