
୧୦/୧୦/୨୧ (ଜିଲ୍ଲା ଖବର) : ଚର୍ଚ୍ଚାରେ ଅନୁଭବଙ୍କ ଇନଷ୍ଟାଗ୍ରାମ୍ ଫଟୋ। ଯେଉଁଥିରେ ସେ ନିଜର ତଥାକଥିତ ବାନ୍ଧବୀ ଜାଗୃତୀ ଶୁକ୍ଳାଙ୍କ ସହ ବସି ଭୋଜନରେ ଆପ୍ୟାୟିତ ହେଉଛନ୍ତି । ଉଭୟଙ୍କ ମୁହଁର ହସ କିନ୍ତୁ ବହୁତ କିଛି କହୁଛି । ପୂର୍ବରୁ ଲୋକସଭା ଟିଭିର ଏହି ସୁନ୍ଦରୀ ଆଙ୍କର ଜାଗୃତୀ ଶୁକ୍ଳାଙ୍କ ସହ ତାଙ୍କ ଚୋରାପ୍ରୀତି ଚାଲିଛି ବୋଲି ଗୁଜବ ଉଠିଥିଲା। କିନ୍ତୁ ଏ ସମ୍ପର୍କରେ କେହି କିଛି କହିବା ଆଗରୁ ପତ୍ନୀ ବର୍ଷାଙ୍କ ସହ ତାଙ୍କ ଝଗଡ଼ା ଗଣମାଧ୍ୟମର ଶିରୋନାମା ପାଲଟିଲା।
ପାରିବାରିକ ବିବାଦରେ ଛନ୍ଦି ହୋଇପଡିଥିବା ଅନୁଭବ ଏବେ ଚିନ୍ତାରେ ଅଛନ୍ତି । କିନ୍ତୁ ହଠାତ୍ କ’ଣ ପାଇଁ ଏମିତି ରିଲାକ୍ସ ମୋଡରେ ଫଟୋ ଛାଡିଲେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କଠାରୁ ଛାଡ଼ପତ୍ର ଚାହୁଁଛନ୍ତି। କିନ୍ତୁ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଉଭୟଙ୍କ ଛାଡପତ୍ର ହୋଇନି।
ଏଭଳି ସ୍ଥିତିରେ ଜାଗୃତୀଙ୍କ ସହ ତାଙ୍କ ଫଟୋକୁ ଦେଖି ଅନେକ ଲୋକ ଅନେକ କଥା କହୁଛନ୍ତି। ଜାଣିଛନ୍ତି, ଫଟୋ ପୋଷ୍ଟ କରି ଅନୁଭବ ଲେଖିଛନ୍ତି


