Tuesday, November 17, 2026
Home ଆଞ୍ଚଳିକ ସଡକ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ସଡକ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

5

ନୂଆଦିଲ୍ଲୀ,୧୦/୧୦/୨୧ (ଜିଲ୍ଲା ଖବର) : ଡିସିଏମ ସହ କାର ମୁହାଁମୁହିଁ ଧକ୍କାରେ ୩ ଯୁବକଙ୍କ ମୃତ୍ୟୁ।  ଉତ୍ତର ପ୍ରଦେଶର ମୁଜଫରନଗର ମୁଖ୍ୟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।  ଦୁର୍ଘଟଣାରେ ତିନି ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ  ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାମୁତାବକ,  ମୃତବରଣ କରିଥିବା ତିନି ଯୁବକ ଦିଲ୍ଲୀର ବାସିନ୍ଦା। ତେବେ ଏହି ସମସ୍ତ ଯୁବକ ହରିଦ୍ୱାର ଯାଉଥିଲେ।  ପୋଲିସ୍ ତିନି ଯୁବକଙ୍କ ଡେଡବଡିକୁ ପୋଷ୍ଟ ମର୍ଟମ ପାଇଁ ପଠାଇଦେଇଛି।