Home ଆଞ୍ଚଳିକ ଓଡିଶା ଏବଂ ଛତିଶଗଡ ମହିଳା କ୍ରିକେଟ ମ୍ୟାଚ, ଆଗୁଆ ଓଡିଶା

ଓଡିଶା ଏବଂ ଛତିଶଗଡ ମହିଳା କ୍ରିକେଟ ମ୍ୟାଚ, ଆଗୁଆ ଓଡିଶା

16

୧୦/୧୦/୨୧ (ଜିଲ୍ଲା ଖବର) : ସେଞ୍ଚୁରିଆନ ୟୁନିଭରସିଟି ଗ୍ରାଉଣ୍ଡରେ ଖେଳାଯାଉଥିବା ଓଡିଶା ଏବଂ ଛତିଶଗଡ ମହିଳା କ୍ରିକେଟ ଟିମ ମଧ୍ୟରେ ଖେଳାଯାଉଥିବା ଚାରି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜରେ ୨-୦ ଆଗୁଆ ଓଡିଶା। ଗତକାଲି ଖେଳାଯାଇଥିବା ସିରିଜର ଦ୍ଵିତୀୟ ମ୍ୟାଚରେ ଭ୍ରମଣକାରୀ ଦଳ ଛତିଶଗଡ଼କୁ ୯୨ ରନରେ ହରାଇଛି ଓଡିଶା। ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିବା ଓଡିଶା ନିର୍ଧାରିତ ୫୦ ଓଭରରେ ୩ ଓ୍ୱିକେଟ ହରାଇ ୨୩୩ ରନ କରିଥଲା।

ଦଳ ପକ୍ଷରୁ ସରିତା ମେହେର ସର୍ବାଧିକ ୧୦୨ ରନ କରିଥିବା ବେଳେ ମାଧୁରୀ ମେହେଟା ୪୯ ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀ ୪୧ ରନ କରିଥିଲେ। ଜବାବରେ ଛତିଶଗଡ଼ ନିର୍ଧାରିତ ୫୦ ଓଭରରେ ୫ ଓ୍ୱିକେଟ ହରାଇ ୧୪୪ ରନ କରିବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ସହ ସିରିଜରେ ୨-୦ ରେ ଆଗୁଆ ରହିଛି ଓଡିଶା। ସିରିଜର ପରବର୍ତ୍ତୀ ଦୁଇଟି ମ୍ୟାଚ ଅକ୍ଟୋବର ୧୧ ଏବଂ ୧୨ରେ ଖେଳାଯିବ।