Monday, November 16, 2026
Home ଆଞ୍ଚଳିକ ୟୁପି ଶିକ୍ଷା କ୍ଷେତ୍ରରେ ଅନେକ ମାପଦଣ୍ଡରେ ଦେଶରେ ଆଗୁଆ:ଧର୍ମେନ୍ଦ୍ର ପ୍ରଧାନ

ୟୁପି ଶିକ୍ଷା କ୍ଷେତ୍ରରେ ଅନେକ ମାପଦଣ୍ଡରେ ଦେଶରେ ଆଗୁଆ:ଧର୍ମେନ୍ଦ୍ର ପ୍ରଧାନ

14

୧୦/୧୦/୨୧ (ଜିଲ୍ଲା ଖବର) : ନିଜର ଉତ୍ତର ପ୍ରଦେଶ ଗସ୍ତ ସମୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟର ଶିକ୍ଷା ସହ ଜଡିତ ପାଞ୍ଚଟି ବିଭିନ୍ନ ବିଭାଗର ସମୀକ୍ଷା କରିବା ସହ ସାଢ଼େ ୪ ବର୍ଷର ଯୋଗୀ ସରକାର ଶିକ୍ଷା କ୍ଷେତ୍ରର ଅନେକ ମାପଦଣ୍ଡରେ ସାରା ଦେଶରେ ଉତ୍ତମ ପ୍ରଦର୍ଶନ କରିଥିବା କହିଛନ୍ତି। ନୂଆ ଶିକ୍ଷାନୀତି ୨୦୨୦ କ୍ରିୟାନ୍ୱୟନରେ ଉତ୍ତରପ୍ରଦେଶ ସରକାର ଏହି ନୀତିର କାୟ ମନୋବାକ୍ୟରେ ପାଳନ କରି ନିଜର ନିଷ୍ଠା ଓ ଦକ୍ଷତା ପ୍ରତିପାଦିତ କରିଥିବା ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ଉତ୍ତରପ୍ରଦେଶର ଛାତ୍ରଛାତ୍ରୀଙ୍କ ସଂଖ୍ୟା ୫ କୋଟିରୁ ଅଧିକ। ବିଶ୍ୱର ଅନେକ ଦେଶ ଅଛନ୍ତି ଯେଉଁମାନଙ୍କର ସମୁଦାୟ ଜନସଂଖ୍ୟା ଉତ୍ତରପ୍ରଦେଶର ଛାତ୍ରଛାତ୍ରୀ ସଂଖ୍ୟାଠାରୁ ବି କମ। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଉତ୍ତରପ୍ରଦେଶରେ ଗୁଣାତ୍ମକ ଶିକ୍ଷା, ସ୍କୁଲ ଡ୍ରଫ ଆଉଟ ସଂଖ୍ୟାକୁ କମ କରିବା ଓ ଶିକ୍ଷା ଦକ୍ଷତା ବିକାଶ ସହ ଯୋଡି ଯୁବପୀଢ଼ି ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବାରେ ଉତ୍ତରପ୍ରଦେଶକୁ ବଡ ସଫଳତା ମିଳିଛି।

ଶ୍ରୀ ପ୍ରଧାନ କହିଛନ୍ତି ମାଧ୍ୟମିକ ଓ କଲେଜ ଶିକ୍ଷାରେ ଛାତ୍ରୀମାନଙ୍କୁ ଏନସିସିରେ ସାମିଲ କରି ପ୍ରଶିକ୍ଷିତ କରିବାରେ ୟୁପି ପ୍ରଂଶସନୀୟ କାମ କରିଛି । ୟୁପିର ସିଲାବସ ଅନୁସାରେ ଏନସିଆରଟିର ସହଯୋଗରେ ଛାତ୍ରଛାତ୍ରୀମାନଙ୍କୁ ସୁଲଭ ମୂଲ୍ୟରେ ପୁସ୍ତକ ଯୋଗାଣ ମଧ୍ୟ ଉତ୍ତରପ୍ରଦେଶରେ ଶିକ୍ଷା ପ୍ରଶାସନର ବଡ଼ ସଫଳତା।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଉତ୍ତରପ୍ରଦେଶରେ ଫି ରେଗୁଲେସନ ଆକ୍ଟ ଦ୍ୱାରା ବେସରକାରୀ ଶିକ୍ଷାନୁଷ୍ଠାନରେ ଫି ଉପରେ ନିୟନ୍ତ୍ରଣ ଆଣିବା ମଧ୍ୟବିତ୍ତ ପରିବାରକୁ ଆଶ୍ୱସ୍ତ କରିଛି।