Sunday, November 15, 2026
Home ଅପରାଧ ଗିରଫ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍

ଗିରଫ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ରେଡ୍

10

ଭୁବନେଶ୍ୱର,୧୦/୧୦/୨୧ (ଜିଲ୍ଲା ଖବର) : ଭିଜିଲାନ୍ସ ଜାଲରେ ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ନରୋତ୍ତମ ବେହେରା । ଗତକାଲି ଭିଜିଲାନ୍ସ ତାଙ୍କୁ ଟାଙ୍ଗୀ ଛକରୁ ଗିରଫ କରିଥିଲା । ଆଜି ତାଙ୍କର ବାସଭବନରେ ଚାଲିଛି ଚଢାଉ । ଭୁବନେଶ୍ୱର ସତ୍ୟନଗର ସ୍ଥିତ ଭଡ଼ା ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରି ବିପୁଳ ପରିମାଣର ଟଙ୍କା ଜବତ ହୋଇଛି ।

ମୋଟ ୯ ଲକ୍ଷ ୨୫ ହଜାର ଟଙ୍କା ଜବତ ହୋଇଥିଲା ସୂଚନା ମିଳିଛି । ଗତକାଲି ଭିଜିଲାନ୍ସ ଜାଲରେ ପଡ଼ିଥିଲେ ୩ ଜଣ ସରକାରୀ ଅଧିକାରୀ । କେନ୍ଦୁଝର ଜିଲ୍ଲା ବୈତରଣୀ ଜଳ ସଂପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିଧାନ ସାହୁ, ରାଉରକେଲା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପି.କେ ମହାପାତ୍ର ଓ ବାଲେଶ୍ୱର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ନରୋତ୍ତମ ବେହେରା ।