
ଖୋର୍ଦ୍ଧା,୧୦/୧୦/୨୧ (ଜିଲ୍ଲା ଖବର) : ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗରେ ଅଭାବନୀୟ ଘଟଣା । ଶ୍ୱଶୁର ଘରେ ସ୍ତ୍ରୀକୁ ହତ୍ୟା କରି ଫେରାର ସ୍ୱାମୀ । ଏକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ୱାମୀ । ମୃତକ ଇନ୍ଦିରା ପ୍ରିୟଦର୍ଶିନୀ ମହାନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଖବରପାଇ ଟାଉନ ଥାନା ପୋଲିସ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇ ପଠାଇଛି ।
ଗତ ୨୦୦୫ରେ ଗୁରୁଜଙ୍ଗର କାର୍ତ୍ତିକ ପ୍ରଧାନଙ୍କ ଇନ୍ଦିରାଙ୍କୁ ପ୍ରେମ ବିବାହ କରିଥିଲେ । ତାଙ୍କର ୧୫ ବର୍ଷର ଏକ ପୁଅ ରହିଛି । ତେବେ ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାଟିତୁଣ୍ଡ ଲାଗୁଥିବା ସୂଚନା ମିଳିଛି । କାର୍ତ୍ତିକ କିଛି ଦିନ ହେବ ଶ୍ୱଶୁର ଘରେ ରହୁଥିଲେ । ଗତକାଲି ରାତିରେ ସମସ୍ତେ ଖାଇପିଇ ଶୋଇବା ପରେ କାର୍ତ୍ତିକ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ।



