
ମୟୁରଭଞ୍ଜ,୧୦/୧୦/୨୧ (ଜିଲ୍ଲା ଖବର) : ଗାଁ ରାସ୍ତା ପାଲଟିଛି ମରଣଯନ୍ତା । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ସଲରାପଦା ଗାଁ ରାସ୍ତା ଅବସ୍ଥା ଶୋଚନୀୟ । କରଞ୍ଜିଆକୁ ରାସ୍ତା ସଂଯୋଗ କରୁଥିବା ରାସ୍ତାଟି ଦୀର୍ଘ ଦିନ ହେଲା କେବଳ ମାଟି ମୋରମ ପକାଇ ଦେଇ କାମ ସାରିଦେଇଛି ପ୍ରଶାସନ । ଗ୍ରାମବାସୀ ବାରମ୍ବାର ସରପଞ୍ଚ, ବିଡିଓଙ୍କୁ ଅଭିଯୋଗ ପରେ କୌଣସି ଅଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି ।
ଗାଁ ରାସ୍ତାର ବିଭିନ୍ନ ଜାଗାରେ ଖାଲ ହିଁ ଖାଲ, ଟିକିଏ ବର୍ଷା ହେଲେ ଏହି ଖାଲ ଢିପରେ ପାଣି ଭର୍ତି ହୋଇଯାଉଛି । ଫଳରେ ଯିବା ଆସିବାରେ ଗ୍ରାମବାସୀ ବହୁ କଷ୍ଟ ଭୋଗୁଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।



