Sunday, November 15, 2026
Home ଆଞ୍ଚଳିକ ରାଜ୍ୟରେ କରୋନା ନେଲା ୭ ଜଣଙ୍କ ମୁଣ୍ଡ

ରାଜ୍ୟରେ କରୋନା ନେଲା ୭ ଜଣଙ୍କ ମୁଣ୍ଡ

15

ଭୁବନେଶ୍ୱର, ୧୦/୧୦/୨୧ (ଜିଲ୍ଲା ଖବର) : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ଆଜି ମୃତ୍ୟୁସଂଖ୍ୟା ପୁଣି ବଢ଼ିଛି । କମିକି ପୁଣି ବଢ଼ୁଛି ମୃତ୍ୟୁ ସଂଖ୍ୟା। 

ଆଜି ରାଜ୍ୟରେ ୭ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୪୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୫ଜଣ ରହିଥିବା ବେଳେ ଅନୁଗୁଳ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ସୂଚନାନୁସାରେ, ଆଜି ରାଜ୍ୟରେ ୬୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୧୬୯୬ରେ ପହଞ୍ଚିଛି ।