Home ଆଞ୍ଚଳିକ ହୁତୁ ହୁତୁ ହୋଇ ଜଳିଗଲା କାର

ହୁତୁ ହୁତୁ ହୋଇ ଜଳିଗଲା କାର

5

ମୟୁରଭଞ୍ଜ, ୧୦/୧୦/୨୧ (ଜିଲ୍ଲା ଖବର) : ହୁତୁ ହୁତୁ ହୋଇ ଜଳିଗଲା କାର । ଅଳ୍ପକେ ବର୍ତ୍ତିଗଲା ଇଲେକ୍ଟ୍ରିକ୍ ତାର । ନିଆଁ ଲାଗି ଇଲେକ୍ଟ୍ରିକ୍ ତାର ଛିଣ୍ଡିପଡିବା ଭୟଥିଲା । ହେଲେ ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରି ଏକ ବଡ଼ ବିପଦକୁ ଏଡାଇ ଦେଇଛନ୍ତି।

ବାରିପଦା ସହର ଜଗନ୍ନାଥ ମନ୍ଦିର ଠାରୁ ମଧୁବନ ଗ୍ୟାରେଜ ଛକ ଯିବା ରାସ୍ତାରେ ଗୋଟେ କାରରେ ନିଆଁ ଲାଗିଥିଲା। ଏହି ସମୟରେ ମର୍ଣ୍ଣିଂ ୱାକ୍ କରିବାକୁ ଯାଉଥିବା ଯୁବକ ଏ ଦୃଶ୍ୟ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।