
ରାୟଗଡା-୯-୧୦(ଜିଲ୍ଲା ଖବର): ରାୟଗଡା ଜିଲ୍ଲା ବିଷମକଟକ ବ୍ଲକରେ ଆରମ୍ଭ ହୋଇଛି ମେଘା ଜଳ ସେଚନ ପ୍ରକଳ୍ପ ।ପ୍ରକଳ୍ପ ଆରମ୍ଭ ହେଲେ ୧୯ ଟି ପଞ୍ଚାୟତ ଲୋକେ ଶୁଦ୍ଧ ପାଣିୟ ଜଳ ପାଇବେ । ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ୮୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ ଠିକାଦାର ବେଆଇନ ଭାବେ ପୂର୍ତ୍ତ ବିଭାଗ ରାସ୍ତା କୁ ଲଗାଇ ପ୍ରାୟ ୫୦ କିଲୋମିଟର ରାସ୍ତା ରେ ପାଇପ ବିଛାଇଛନ୍ତି । ବିଷମ କଟକ ବ୍ଲକର ହାଟ ମୁନିଗୁଡା ପଞ୍ଚାୟତ ଠାରୁ ଆରମ୍ଭ କରି ଭାତପୁର ପଞ୍ଚାୟତ କୁ ଲାଗି ରହିଥିବା ୩୨୬ ରାଜ୍ୟ ରାଜପଥ ଏବଂ ବିଷମ କଟକ ବ୍ଲକ ଠାରୁ ଦୁର୍ଗୀ ପଞ୍ଚାୟତ କୁ ଲାଗି ରହିଥିବା ଏନଏଚ-୪ ଜାତୀୟ ରାଜପଥରେ । ହେଲେ ଏହି ରାଜ୍ୟ ରାଜପଥ କୁ ଲାଗି ବେଆଇନ ଭାବେ ପାଇପ ବିଛାଯାଇଛି । ଏହି ରାଜ୍ୟ ରାଜପଥ ରେ ଲାଗି ରହିଥିବା ନାମ ସୂଚନା ଫୋଳକ ଠାରୁ ଆରମ୍ଭ କରି କିଲୋମିଟର ବୋର୍ଡ ଓ ସୂଚନା ଫୋଳକ ଉପାଡି ଦିଆ ଯାଇଛି ।ପୂର୍ତ୍ତ ବିଭାଗର ରାଜ୍ୟ ରାଜପଥ କୁ ସମ୍ପର୍ଣ୍ଣ କ୍ଷତି କରି ଚାଲିଛି ଏହି ମେଘା ପ୍ରକଳ୍ପ ର ଠିକା ଦାର । ସରକାରଙ୍କ ନିୟମ ରହିଛି ରାଜ୍ୟ ରାଜପଥରେ ନେଟୱାର୍କ ତାର ହେଉ କିମ୍ବା ପାଇପ ବିଛାଇବା ପାଇଁ ପୂର୍ତ୍ତ ବିଭାଗ ର ଅନୁମତି ନେବା ଆବଶ୍ୟକ ରହିଛି ଓ ଏହା ସାଙ୍ଗକୁ ରାସ୍ତା ର ମଧ୍ୟ ଭାଗ ରୁ ୩ ମିଟର ଦୁରତା ଛାଡି କାର୍ଯ୍ୟ କରିବା ନିୟମମଧ୍ୟ ରହିଛି । ହେଲେ ଏହି ଠିକାଦାର ବିଷମ କଟକ ପୂର୍ତ୍ତ ବିଭାଗ ଅଧିନ ରେ ଥିବା ବି-ୱାନ୍ ରାସ୍ତା ଖଳିବା ପାଇଁ ଅନୁମତି ନେଇଥିବା ବେଳେ ଏ-ୱାନ୍ ଅଧୀନରେ ରାଜ୍ୟ ରାଜ ପଥ ରେ ପାଇପ ଲାଇନ ବିଛାଇବା ପାଇଁ କୌଣସି ଅନୁମତି ନେଇ ନଥିବା ସୁଚନା ମିଳିଛି । ସରକାରଙ୍କ ସବୁ ନିୟମ କୁ ଉଲଂଘନ କରୁଛନ୍ତି ଏହି ଠିକାସଂସ୍ଥା । କୌଣସି ବିଭାଗ ଅଧିକାରୀଙ୍କ କଥା କୁ ମାନୁ ନାହାନ୍ତି ଏହି ଠିକାସଂସ୍ଥା । ପୂର୍ତ୍ତ ବିଭାଗ ର ଯନ୍ତ୍ରୀ ଠିକା ଦାର ଙ୍କୁ କହି କହି ଥକିଜିବା ପରେ ଶେଷରେ କଥାଟି ଥାନା ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ତଥାପି ଠିକାସଂସ୍ଥା କୌଣସି ଭୟମଧ୍ୟ କରୁ ନାହିଁନ୍ତି । ରାଜ୍ୟ ରାଜ ପଥ ରେ ଯାଇଥିବା ରାସ୍ତାକୁ ଲାଗି ମାଟି ଖୋଲାଯାଇ ପାଇପ ବିଛା ଯାଉଛି ।ଏଭଳି ପରିସ୍ଥିତି ରେ ରାଜ୍ୟ ରାଜପଥରେ ଗାଡି ଚଳାଇବା ବିପଦ ସାଜିଛି । କେତେ ବେଳେ ମାଲ ବଝେଇ ଟ୍ରକ ଦୁର୍ଘଟଣାର ଶିକାର ହେଉଛନ୍ତି ତ କେତେବେଳେ ବାଇକ୍ ଦୁର୍ଘଟଣା ଘଟୁଛି । ବର୍ତ୍ତମାନ ବର୍ଷା ଲାଗିରହିଥିବାରୁ ରାସ୍ତା ରେ ବହୁ ମାଲ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହେଉଛି ।ବିଭିନ୍ନ ସମୟରେ ବାଇକ୍ ଦୁର୍ଘଟଣା ମଧ୍ୟ ହେଉଛି । ଏଭଳି ଦୁର୍ଘଟଣା ଘଟିବା ସମୟରେ ପ୍ରତ୍ୟକ ଦିନ ରାଜ୍ୟ ରାଜପତ ଦିର୍ଘ ସମୟ ରାସ୍ତା ଅବରଧ ମଧ୍ୟ ହେଉଛି । ଅନ୍ୟପଟେ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଗ୍ରାମାଞ୍ଚଳ କୁ ସଂଯୋଗ ହୋଇଥିବା ରାସ୍ତା ଉଅରେ ପାଇପି ବିଛାଇ ମାଟି ମଧ୍ୟ ପକାଉ ନାହାନ୍ତି । ଅଧିକାଂଶ ଗ୍ରାମ କୁ ଆମୂଲେନ୍ସ ସେବା ମଧ୍ୟ ପହଞ୍ଚି ପାରୁନାହିଁ । ଏହି ମେଘା ପ୍ରକଳ୍ପ ଠିକା ସଂସ୍ଥାର ଏଭଳି ମନମୂଖୀ କାର୍ଯ୍ୟପାଇଁ ଜନସାଧାରଣ ଏବେ ଦୁର୍ଦଶା ଭଗୁଛନ୍ତି। ପୂର୍ତ୍ତ ବିଭାଗ ର ଯେଉଁ ରାସ୍ତା ରହିଛି ସେହି ରାସ୍ତାରେ ବିଜୟୱାଡା ଠାରୁ ରାଞ୍ଚି ପର୍ଯ୍ୟନ୍ତ ଜାତୀୟ ରାଜପଥ ନିର୍ମାଣ ପାଇଁ ଟେଣ୍ଡର ପକ୍ରିୟା ସରିଥିବା ଜଣା ପଡ଼ିଛି । ଏଥି ମଧ୍ୟରେ ଏହି ଜାତୀୟ ରାଜପଥ କାର୍ଯ୍ୟ ଆରମ୍ବ ହେଲେ ୫୦ କିଲୋମିଟର ବିଛା ଯାଇଥିବା ପାଇପର କ୍ଷତି ସହିବେ ରାଜ୍ୟସରକାର । ସାଧାରଣ ଲୋକଙ୍କ ସ୍ୱାର୍ଥରେ ଦୃଷ୍ଟିରେ ରଖି ସୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯେଉଁ ଯେଉଁ ମେଘା ପ୍ରକଳ୍ପ ଯୋଜନା ପ୍ରୟାସ କରିଛନ୍ତି ତାହା ବିଫଳ ହେବା ସହ ଜଳ ଜଗାଣର ଆରମ୍ବରୁ ହି ବଧା ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ତେଣୁ ପୂର୍ତ୍ତ ବିଭାଗ ରାସ୍ତା ପାଖରେ ଯେଉଁ ବେଆଇନ ଭାବେ ପାଇପ ବିଛା ଯାଇଛି ତାହାକୁ ତୁରନ୍ତ ବାହାର କରି ସୁରକ୍ଷିତ ସ୍ଥାନରେ ପାଇପ ବିଛାଇବା ପାଇଁ ଜନସାଧରଣ ଦାବୀ କରିଛନ୍ତି । ଏପଟେ ଆଜି ହାଟମୁନିଗୁଡା ପମ୍ପର ପାଣି ଟାଙ୍କି ରୁ ଗ୍ରାମକୁ ଯୋଗାଯାଉଥିବା ପାଇପ୍ ଲାଇନ୍ କୁ ଫଟେଇ ଦିଆଯାଇଥିବା ବେଳେ ଲୋକେ ନାହିଁ ନଥିବା ସମସ୍ୟା ରେ ସମୁଖୀନ ହେଉଛନ୍ତି। ଏହି ମେଘା ପ୍ରକଳ୍ପ ର କାର୍ଯ୍ୟକୁ ଟେଣ୍ଡର ମାଧ୍ୟମରେ ରାଜସ୍ତାନର ଏକ ଠିକ ସଂସ୍ଥା ପାଇଛି । ଏହି ଠିକ ସଂସ୍ଥା କିଛି ଘରେଇ ଇଂଜିନିୟର ଙ୍କୁ ନିଯୁକ୍ତି ଦେଇ ଏହି କାର୍ଯ୍ୟଟିକୁ ଆରମ୍ଭ କରିଛି । ବେ ଆଇନ ଭାବେ ଏଭଳି କାର୍ଯ୍ୟ କୁ ନେଇ ଆମେ ସ୍ତାନୀୟ ବ୍ଲକର ଜଳ ଯୋଗାଣ କାର୍ଯ୍ୟାଳୟ ର ସହକାରୀ କନିଷ୍ଟ ଯନ୍ତ୍ରୀ ଜିତିନ୍ଦ୍ର ପାତ୍ର ଙ୍କୁ ପଚାରିବା ରୁ ମେଘା ପ୍ରକଳ୍ପ ଠିକାଦାର ତାଙ୍କର କୌଣସି ନିର୍ଦେଶ କୁ ଖାତିରି କରୁନଥିବା ସେ କହିଛନ୍ତି ।
ରିପୋର୍ଟ, ପ୍ରସନ୍ନ କୁମାର ପଣ୍ଡା ।


