Wednesday, October 14, 2026
Home ଆଞ୍ଚଳିକ ଭୀମ ଭୋଇ ସାହିତ୍ୟ ସସ୍କୃତି ପରିଷଦ ପକ୍ଷରୁ ଶିଶୁ ଦିବସ ପାଳନ ।

ଭୀମ ଭୋଇ ସାହିତ୍ୟ ସସ୍କୃତି ପରିଷଦ ପକ୍ଷରୁ ଶିଶୁ ଦିବସ ପାଳନ ।

197

ବାଲିପଦର (ଜିଲ୍ଲା ଖବର): ବାଲିପଦର ଠାରେ ଅନୁଷ୍ଠିତ ହୋଇଯାଇଛି ଭୀମ ଭୋଇ ସାହିତ୍ୟ ସସ୍କୃତି ପରିଷଦ ପକ୍ଷରୁ ଶିଶୁ ଦିବସ ପାଳନ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଦୀଲିପ କୁମାର ପାଣିଗ୍ରାହୀ ଯୋଗଦେଇ ଆଜିର ଶିଶୁ ଆସନ୍ତା କାଲି ଉତ୍ତମ ନାଗରିକ ବୋଲି ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଭାସ୍କର ରାଉତଙ୍କ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ବକ୍ତା ଭାବେ ପ୍ରିୟଙ୍କା ଦାଶ ମହାନ୍ତି ଏବଂ ସମ୍ମାନୀତ ଅତିଥି ଭାବେ ଶ୍ରୀ ରଜନୀକାନ୍ତ ପାଢୀ ଯୋଗ ଦେଇଥିଲେ। ଶିଶୁ ଦିବସର ମହତ୍ତ୍ୱ ସମ୍ପର୍କରେ ବହୁ ଉପାଦେୟ ତଥ୍ୟ ଉପସ୍ଥାପନ ହୋଇଥିଲା। ଯାହାକି ଶିଶୁର ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ଥିଲା,ଦିଵ୍ୟାଂଗ କାଶୀନାଥ ସ୍ବାଇଁ ଦିବ୍ୟାଂଗ ଶିଶୁ ମାନେ ପାଠପଢି କିପରି ସମାଜରେ ପ୍ରତିଷ୍ଠିତ ହୋଇପାରିବେ ସେ ସମ୍ପର୍କରେ ମତପୋଷଣ କରିଥିଲେ। କାଶୀନାଥ ସ୍ବାଇଁ ଉକ୍ତ ପ୍ରଥମ ଅଧିବେଶନରେ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ ଶ୍ରୀ ସୁରେଶ ଡାକୁଆ, ମାନପତ୍ର ପାଠ କରିଥିଲେ କୃଷ୍ଣପ୍ରସାଦ ଦଳାଇ, ଧନ୍ୟବାଦ ଅର୍ପଣ କରିଥିଲେ ଦିବ୍ୟାଂଗ ଶ୍ରୀ ପ୍ରଫୁଲ୍ଲ କୁମାର ମହାରଣା।ଉକ୍ତ କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। କବି ତଥା ଭୀମଭୋଇ ସାହିତ୍ୟ ସସ୍କୃତି ପରିଷଦର ସଂପାଦକ ଶ୍ରୀ ରତ୍ନାକର ଶୀୟ ,ଓଡ଼ିଶାର ସୁନାମଧନ୍ୟ ଗୀତିକାର ତଥା ସଂଗୀତ ନିର୍ଦ୍ଦେଶକ ରୁତୁରାଜ ବସନ୍ତ ଏବଂ ଓଡ଼ିଶାର ବିଶିଷ୍ଟ ସମାଜସେବୀ ରାଜ୍ୟ ପୁରସ୍କାର ପ୍ରାପ୍ତ ପରିବେଶବିତ୍ ଏ ଵ୍ରହ୍ମାନନ୍ଦ ଆଚାରୀ କବିତା ସଂଯୋଜନା କରିଥିଲେ। ବହୁ ବୁଦ୍ଧିଜୀବୀ ସମେତ କବି କଳାକାର ବିଭୁତି ମିଶ୍ର, ରଘୁନାଥ ସାହୁ, ଅଭିମନ୍ୟୁ ଗୌଡ଼, ପଞ୍ଚାନନ ସ୍ବାଇଁ, ଲକ୍ଷ୍ମଣ ବେହରା, ମଣିରଥ ସ୍ବାଇଁ, ସମେତ ବହୁ ଦିବ୍ୟାଂଗଙ୍କ ଉପସ୍ଥିତି ହୋଇଥିଲା। ଭୀମଭୋଇ ସାହିତ୍ୟ ସସ୍କୃତି ପରିଷଦର ସଭାପତି ଶ୍ରୀ ବବୃବାହାନ ସ୍ବାଇଁଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଣ୍ଟାପଡା କେନ୍ଦୁପଦର ସ୍ଥିତ ସଂକୀର୍ତ୍ତନ ଦଳ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିବାରେ। ସମସ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ନିମନ୍ତେ ରବିନ୍ଦ୍ର କୁମାର ମଲ୍ଳ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ ରତ୍ନାକର ଶୀୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାକାର୍ଯ୍ୟ ସମାପନ କରିଥିଲେ।