Home ଅପରାଧ ବଜ୍ରକାପ୍ତା ବିକ୍ରି ଯୋଜନା ପଣ୍ଡ, ୨ ଗିରଫ

ବଜ୍ରକାପ୍ତା ବିକ୍ରି ଯୋଜନା ପଣ୍ଡ, ୨ ଗିରଫ

10

ବଲାଙ୍ଗୀର,୦୯/୧୦/୨୧ (ଜିଲ୍ଲା ଖବର) : ବଲାଙ୍ଗୀରରେ ବଜ୍ରକାପ୍ତା ବିକ୍ରି ଯୋଜନା ପଣ୍ଡ । ବନ ବିଭାଗକୁ ମିଳିଲା ବଡ଼ ସଫଳତା। ଖପ୍ରାଖୋଲ-ଲାଠୋର ରେଞ୍ଜରେ ଏହି କାରବାର ଚାଲିଥିଲା।

 ଗ୍ରାହକ ହୋଇ ବନ ବିଭାଗ ପକ୍ଷରୁ ଖୋଳତାଡ଼ ପରେ ରେଡ୍ କରାଯାଇଥିଲା । କାରବାରରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ସ୍ବତନ୍ତ୍ର ଟିମ୍ । ତେବେ ମୁଖ୍ୟ ଅଭିଯୁକ୍ତ ଫେରାର ହେବାରେ ସଫଳ ହୋଇଛି ।

ସେପଟେ ଡିଲ ହେଉଥିବା ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି । ବନ ବିଭାଗ ମହରାପଦରର ସୁଶୀଲ ଧାରୁଆ ଓ ସର୍ଗୀପାଳି ଗାଁର ବଜରଙ୍ଗ ଧରୁଆକୁ ଗିରଫ କରିଛି । ଏହି କାରବାରରେ ଆଉ କିଏ କିଏ ସାମିଲ ରହିଛନ୍ତି, ତାକୁ ନେଇ ତଦନ୍ତ ଚାଲିଛି।