
ମୁମ୍ବାଇ, ୦୯/୧୦/୨୧ (ଜିଲ୍ଲା ଖବର) : ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାର ଶୁଣାଣି ପରେ, ଆର୍ଯ୍ୟନ୍ ଖାନଙ୍କୁ କୋର୍ଟ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଅଭିଯୁକ୍ତଙ୍କ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଏବେ ଜେଲରେ ରହିବେ ସମସ୍ତ ଅଭିଯୁକ୍ତ । ବର୍ତ୍ତମାନ ପୁରୁଷମାନଙ୍କୁ ଆର୍ଥର ରୋଡ ଜେଲ ଏବଂ ମହିଳାମାନଙ୍କୁ ବାଇକୁଲା ଜେଲକୁ ପଠାଯାଇଛି।
ସମସ୍ତଙ୍କୁ କୋଭିଡ୍-୧୯ର ଦୁଇଟି ଡୋଜ୍ ଦିଆ ସରିଛି। ଏନେଇ କେବଳ ୫ ଦିନ ପାଇଁ ସେମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯିବ। ଆଉ ସବୁଠାରୁ ବଡ କଥା ହେଉଛି ,କାହାକୁ ବି ସ୍ୱତନ୍ତ୍ର ସେବା ମିଳିବ ନାହିଁ ବୋଲି କୁହାଯାଇଛି। କାହାକୁ ବି ଘର ଖାଦ୍ୟ ମିଳିବ ନାହିଁ, ସମସ୍ତଙ୍କ ପରି ଏମାନେ ମଧ୍ୟ ଜେଲରେ ରହିବେ ବୋଲି କୋର୍ଟଙ୍କ କଡା ନିର୍ଦ୍ଦେଶ ରହିଛି ।
କେବଳ ଏତିକି ନୁହେଁ, ଏହା ସହିତ ଜେଳର ନିୟମ କାନୁନ ମାନି, ସକାଳ ୬ଟାରେ ଉଠିବା, ୭ଟାରେ ଜଲଖିଆ ଖାଇବାକୁ ପଡିବ । ଏହାପରେ ୧୧ଟାରେ ମଧ୍ୟାହ୍ନ ଭୋଜନ ଓ ରାତି ଖାଇବାରେ ଭାତ-ଡାଲି ଓ ରୁଟି-ତରକାରୀ ମିଳିବ । ଏହା ସହିତ ଜେଲ ଭିତରେ ବୁଲିବାର ଅନୁମତି ମଧ୍ୟ ନାହିଁ ।



