ଦେବଗଡ଼ରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

28

ଦେବଗଡ଼,୦୯/୧୦/୨୧ (ଜିଲ୍ଲା ଖବର) : ଦେବଗଡ଼ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି । ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଫଳରେ ଜିଲ୍ଲାର ୨ ଲକ୍ଷ ୭୦ ହଜାର ପରିବାର ଉପକୃତ ହେବେ । ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ସମେତ ୭୦୭ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ୯୬ ଲକ୍ଷ ପରିବାର ସ୍ମାର୍ଟ ହେଲଥ କାର୍ଡ ପାଇବେ । ଗତ ସେପ୍ଟେମ୍ବରରୁ ୧୦ ହଜାରରୁ ଅଧିକ ଲୋକ ସୁବିଧା ପାଇଲେଣି । ରାଜ୍ୟ ସରକାର ୨୦ କୋଟି ଟଙ୍କାର ସୁବିଧା ଦେଇଛନ୍ତି । ଏପରି ସେବା ଯୋଗାଇଦେବାରେ ଦେଶରେ ଓଡ଼ିଶା ପ୍ରଥମ । ପ୍ରତ୍ୟେକ ଲୋକର ଜୀବନ ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।