
ଗଞ୍ଜାମ, ୦୯/୧୦/୨୧ (ଜିଲ୍ଲା ଖବର) : କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ କ୍ଷତିପୂରଣ ପାଇଁ ମୁଖ୍ୟ ରାସ୍ତା ଅବରୋଧ । ଗଞ୍ଜାମ କୋଦଳା ଥାନା ଅନ୍ତର୍ଗତ ଭୁତ ସରସିଙ୍ଗଠାରେ ପରିବାର ସହ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ ହୋଇଛି।
ଗତକାଲି ବିଦ୍ୟୁତ ଖୁଣ୍ଟରେ ଚଢିଥିବା ବେଳେ ମୃତ୍ୟୁ ହୋଇଥିବା ସୂଚନା। ମୃତକ ହେଲେ ଗଞ୍ଜବଳା ଗାଁର ଅମୂଲ୍ୟରତ୍ନ ନାହାକ। ଘଟଣାର ୨୪ ଘଣ୍ଟା ପରେ ବି ଏଯାଏଁ ପହଞ୍ଚି ନାହାନ୍ତି ଟାଟା ପାଓ୍ବାର କର୍ମଚାରୀ।
ଘଟଣାସ୍ଥଳରେ କୋଦଳା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ଟାଟା ପାୱାର ଅଧୀନରେ ଠିକା କର୍ମଚାରୀ ଭାବେ କିଛିମାସ ହେଲା ସେ କାର୍ଯ୍ୟରତ ଥିଲେ।



