Thursday, November 12, 2026
Home ଆଞ୍ଚଳିକ ସ୍ୱର୍ଗତ ସଂଗୀତଜ୍ଞ ୱାଜିଦ ଖାନଙ୍କ ଜନ୍ମଦିନ ପାଳନ କଲେ ,ସଲମାନ ଖାନ୍ ଓ ସାଜିଦ ଖାନ୍

ସ୍ୱର୍ଗତ ସଂଗୀତଜ୍ଞ ୱାଜିଦ ଖାନଙ୍କ ଜନ୍ମଦିନ ପାଳନ କଲେ ,ସଲମାନ ଖାନ୍ ଓ ସାଜିଦ ଖାନ୍

6

ନୂଆଦିଲ୍ଲୀ, ୦୯/୧୦/୨୧ (ଜିଲ୍ଲା ଖବର) : ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସବୁବେଳେ ରାଜ୍ କରୁଥିବା ବଲିଉଡ ଅଭିନେତା ସଲମାନ୍ ଖାନ୍, ତାଙ୍କ ସାଙ୍ଗମାନଙ୍କୁ କେବେବି ଭୂଲନ୍ତି ନାହିଁ । ହୁଏତ କିଏ ଏ  ଦୁନିଆଁରେ ଥଆନ୍ତୁ କି ନଥାନ୍ତୁ, କିନ୍ତୁ ସେ ସବୁବେଳେ ସମସ୍ତଙ୍କୁ ମନେ ରଖନ୍ତି ।   ଗତ ବର୍ଷ ଜୁନ ମାସରେ ଓ୍ବାଜିଦ୍ ଖାନଙ୍କ ଦେହାନ୍ତ ହୋଇଥିଲା । ତେବେ ତାଙ୍କ ଦେହାନ୍ତ ପରେ  ସାଜିଦ୍-ଓ୍ବାଜିଦଙ୍କ ଯୋଡି ଭାଙ୍ଗି ଯାଇଥିଲା । କିନ୍ତୁ ଓ୍ବାଜିଦ୍ ଖାନଙ୍କୁ ନାଁ ଭୂଲି ପାରିଛନ୍ତି ସାଜିଦ୍ ଖାନ୍ ,ନାଁ ସଲମାନ୍ ଖାନ୍ । ଆଜିବି ସେ ତାଙ୍କୁ ମନେ ରଖିଛନ୍ତି । ତେବେ ନିକଟରେ ସଲମାନ୍ ଖାନ ଓ ସାଜିଦ୍ ଖାନ୍ କେକ୍ କାଟି ସ୍ୱର୍ଗତ ୱାଜିଦ ଖାନଙ୍କ ଜନ୍ମଦିନ ପାଳନ କରିଛନ୍ତି।

ସାଜିଦ୍ ଖାନ୍ ଯାହାର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସଲମାନ୍ ଏବଂ ସାଜିଦ୍, କେକ୍ କାଟୁଥିବା ନଜର ଆସୁଛନ୍ତି । ଏହା ସହିତ ସାଜିଦ୍ କ୍ୟାପ୍ସନରେ ଲେଖିଛନ୍ତି ଯେ, ’ତୁମକୁ କେତେଯେ ଚାହୁଁଛୁ କିପରି କହିବୁ  । ଆମେ ତୁମକୁ ବହୁତ୍ ଭଲପାଉ ଓ୍ବାଜିଦ୍ । ଏହି ଦୁନିଆଁ ତୁମକୁ ଭଲପାଏ । ଜନ୍ମଦିନର ଶୁଭେଚ୍ଛା ‘ ।