Sunday, October 11, 2026
Home ଅପରାଧ ପୋଖରୀରୁ ମୃତଦେହ ଉଦ୍ଧାର

ପୋଖରୀରୁ ମୃତଦେହ ଉଦ୍ଧାର

5

କେନ୍ଦୁଝର, ୦୯/୧୦/୨୧ (ଜିଲ୍ଲା ଖବର) : ପୋଖରୀରୁ ଉଦ୍ଧାର ହେଲା  ମୃତଦେହ। କେନ୍ଦୁଝର ସଦର ଥାନା ଜାମୁଡିହା ନିକଟରେ ଏନଏଚ-୪୯ରେ କେନ୍ଦୁଝର ଆଡ଼କୁ ଆସୁଥିବା ଆସୁଥିବା ବେଳେ ଏକ କାର ଦୁର୍ଘଟଣାର ଶିକାର ହୋଇଛି।  ବାଟରେ ଆସିବା ବେଳେ ଗାଡିଟି ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ଥିବା ଏକ ପୋଖରୀରେ ବୁଡି ଯାଇଥିଲା।

ତେବେ କାରକୁ ଉଦ୍ଧାର କରିବା ବେଳେ ତାହା ଭିତରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ପାଖରେ ଥିବା ପରିଚୟ ପତ୍ରରୁ ତାଙ୍କ ନାମ ସନ୍ତୋଷ କୁମାର ପଣ୍ଡା ବୋଲି ଜଣା ପଡ଼ିଛି । ପୋଖରୀରେ ଆଉ କେହି ବୁଡିଥିବା ସନ୍ଦେହ କରି ଦମକଳ ବାହିନୀ ଖୋଜା ଖୋଜି କରୁଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।