
୦୯/୧୦/୨୧ (ଜିଲ୍ଲା ଖବର) : ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ପରୀକ୍ଷାରେ ସଫଳତା ପାଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ସେ ଟ୍ଵିଟ କରିଛନ୍ତି।
ଶ୍ରୀ ପ୍ରଧାନ ଟ୍ଵିଟରେ ଲେଖିଛନ୍ତି ଯେ, ଆପଣମାନେ ଜନସେବାରେ ନିଜକୁ ସାମିଲ କରି ଲୋକଙ୍କ ସମସ୍ୟାକୁ ସମାଧାନ କରିବା ଦିଗରେ ସୂଚାରୁରୂପେ ଦାୟିତ୍ୱ ନିର୍ବାହ କରିବେ ବୋଲି ମୋର ଆଶା । ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ।
ଓଏଏସ ୨୦୧୯ ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ବିଭିନ୍ନ ବର୍ଗର ୧୫୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଛନ୍ତି ।
ଟପ୍ ୧୦ରେ ୩ ଜଣ ମହିଳା ଅଛନ୍ତି । ୨ରେ ଅଙ୍କୁର ଅଭିଳାଷ, ୩ରେ ରଶ୍ମିରେଖା ପାତ୍ର, ୪ରେ ସୌମ୍ୟରଞ୍ଜନ ପ୍ରଧାନ, ୫ରେ ସିଦ୍ଧେଶ୍ୱର ନାୟକ, ୬ରେ କିରଣ କୁମାର ମହାନ୍ତି, ୭ରେ ପ୍ରଦୋଷ ପ୍ରଧାନ, ୮ରେ ଦେବଦତ୍ତ ପ୍ରଦାନ, ୯ରେ ଆୟୁଷୀ ପତି, ୧୦ରେ ନିବେଦିତା ନାୟକ ରହିଛନ୍ତି ।


