
ଗଞ୍ଜାମ, ୦୯/୧୦/୨୧ (ଜିଲ୍ଲା ଖବର) : ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀ ମୃତ। ଗଞ୍ଜାମ ଜିଲ୍ଲା କୋଦଳା ଥାନା ମଠସରସିଙ୍ଗ ମେଇନରୋଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି।
ମୃତକ ଜଣକ ହେଲେ ବେଗୁନିଆପଡା ବ୍ଲକ ଗୁଞ୍ଜବଳା ଗ୍ରାମର ଅମୁଲ୍ୟରତ୍ନ ରାଉତ। ଖବର ଅନୁଯାଇ ମଠସରସିଙ୍ଗ ମେଇନ ରୋଡ ସାହିରେ କୌଣସି କାରଣ ବଶତଃ କରେଣ୍ଟ କଟି ଯାଇଥିଲା l ଏହାକୁ ସଜାଡ଼ିବା ଲାଗି ଗ୍ରାମବାସୀଙ୍କ ପକ୍ଷରୁ ବିଦ୍ୟୁତ ବିଭାଗରେ ଅଭିଯୋଗ ଦିଆଯାଇଥିଲା।
ଅମୁଲ୍ୟରତ୍ନ ବିଦ୍ୟୁତ ସଜାଡ଼ିବା ଲାଗି ଲୁହା ଇଲେକ୍ଟ୍ରିଖୁଣ୍ଟ ଉପରକୁ ଚଢ଼ିଥିଲେ ତେବେ ବିଦ୍ୟୁତ୍ କାମ କରୁଥିବା ସମୟରେ ହଠାତ ବିଦ୍ୟୁତ ଆଘାତର ଶିକାର ହୋଇ ତଳେ ପଡିଯାଇଥିଲେ ଅମୁଲ୍ୟରତ୍ନ।
ଘଟଣାସ୍ଥଳରେ ଉପସ୍ଥିତ ଥିବା ବିଦ୍ୟୁତ୍ କର୍ମଚାରୀମାନେ ତାଙ୍କୁ ସଙ୍ଗେ ସଙ୍ଗେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
ଖବର ପାଇ ଘଟଣା ସ୍ଥଳରେ କୋଦଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ କିଭଳି ଓ କେଉଁ କାରଣରୁ ଅମୁଲ୍ୟରତ୍ନଙ୍କ ମୃତ୍ୟୁ ହେଲା ତାହା ଏବେ ସନ୍ଦେହ ଘେରରେ ରହିଛି।



