୨୦୧୪ ନୟାଗଡ଼ ଚାନ୍ଦପୁର ଶାସ୍ତ୍ରୀନଗର ହତ୍ୟା ଘଟଣା; ୪ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

8

ନୟାଗଡ଼, ୦୯/୧୦/୨୧ (ଜିଲ୍ଲା ଖବର) : ୨୦୧୪ ମସିହାରେ ନୟାଗଡ଼ ଚାନ୍ଦପୁର ଶାସ୍ତ୍ରୀନଗର ଡକାୟତ ପାଇଁ ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରିବା ଘଟଣାରେ ୪ ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ।

 ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଅଭିଯୁକ୍ତଙ୍କୁ ଦଫା ନମ୍ବର ୩୯୫,୩୯୬,୩୦୨ରେ ଆଜୀବନ ଦଣ୍ଡାଦେଶ ଶୁଣାଇଲେ ନୟାଗଡ଼ ଜିଲ୍ଲା ଦୌରାଜଜ । ଗଞ୍ଜାମ ଜିଲ୍ଲା କୋଦଳାର ଏ ରମେଶ, ଯେ ଜୟ କୃଷ୍ଣ , ଯେ ସନ୍ତୋଷ, ଏମ୍ କ୍ରିଷ୍ଣାଙ୍କୁ ନୟାଗଡ଼ ଜିଲ୍ଲା ଜଜ ଆଜୀବନ କାରାଦଣ୍ଡଦେଶ ଶୁଣାଇବା ସହ  ଅତିରିକ୍ତ ୧୦ ବର୍ଷର ସଜା ଓ ୪୫ ହଜାର ଟଙ୍କା ଅର୍ଥ ରାଶିରେ ଦଣ୍ଡିତ କରିଛନ୍ତି।

ଅଭିଯୁକ୍ତ ମାନେ ୨୦୧୪ ମସିହା ସେପ୍ଟେମ୍ବର ୬ ତାରଖରେ ଚାନ୍ଦପୁର ଶାସ୍ତ୍ରୀନଗର କାଶୀନାଥ ପାତ୍ର ଏବଂ ତାଙ୍କ ନାତିନାତୁଣୀ ଓ ବୋହୁଙ୍କୁ ଡକାୟତି ପାଇଁ ଗଳା କାଟି ହତ୍ୟା କରିଥିଲେI ଏହି ଘଟଣାକୁ ନେଇ ସେତେବେଳେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା I

 ତେବେ ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ୨୦୧୬ ମସିହାରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ସମସ୍ତ ସାକ୍ଷୀ ପ୍ରମାଣଙ୍କୁ ଭିତ୍ତି କରି କୋର୍ଟ ୪ଅଭିଯୁକ୍ତଙ୍କୁ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି।