Home ଆଞ୍ଚଳିକ କ୍ଵାଲିଫାୟର-୧ରେ ଦିଲ୍ଲୀ ବନାମ ଚେନ୍ନାଇ, ଏଲିମିନେଟରରେ ବ୍ୟାଙ୍ଗାଲୋର ବନାମ କୋଲକାତା

କ୍ଵାଲିଫାୟର-୧ରେ ଦିଲ୍ଲୀ ବନାମ ଚେନ୍ନାଇ, ଏଲିମିନେଟରରେ ବ୍ୟାଙ୍ଗାଲୋର ବନାମ କୋଲକାତା

11

୦୯/୧୦/୨୧ (ଜିଲ୍ଲା ଖବର) : ଚଳିତ ଆଇପିଏଲର ପ୍ଲେ-ଅଫରେ ପହଞ୍ଚିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପର କିଙ୍ଗସ, ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ। କର ବା ମର ମ୍ୟାଚ୍‌ରେ ଆଇପିଏଲର ସବୁଠାରୁ ସଫଳ ଟିମ ମୁମ୍ବାଇ ଇଣ୍ଡିଆନ୍ସ ଦମ ଦେଖାଇ ଥିଲେ ବି ସଫଳତା ହାସଲ କରି ପାରିନାହିଁ। ରନରେଟ ଆଧାରରେ ପଛୁଆ ରହି ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ମୁମ୍ଵାଇ ଇଣ୍ଟିଆନ୍ସ।

ପ୍ଲେ ଅଫର ଫ୍ରଥମ ମ୍ୟାଚ୍‌ (କ୍ଵାଲିଫାୟର-୧) ୧୦ ତାରିଖ ଦିନ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଦ୍ଵିତୀୟ ମ୍ୟାଚ୍‌ (ଏଲିମିନେଟର) ୧୧ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗାଲୋର ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ।

 ପ୍ରଥମ ପ୍ଲେ ଅଫ ମ୍ୟାଚ୍‌ର ବିଜେତା ସିଧା ଫାଇନାଲ ଖେଳିବାକୁ ବିବେଚିତ ହେବ। ତେବେ ଏଲିମିନେଟର ବିଜେତା ୧୩ ତାରିଖରେ କ୍ଵାଲିଫାୟର-୧ର ପରାଜିତ ଟିମ ସହ କ୍ଵାଲିଫାୟର-୨ରେ ମୁକାବିଲା କରିବ। ଆଉ ଏହି ବିଜେତା ସିଧା ଫାଇନାଲ ଖେଳିବ। ୧୫ ତାରିଖରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।