
୦୯/୧୦/୨୧ (ଜିଲ୍ଲା ଖବର) : ଆଗାମୀ ୫ ଦିନରେ ଓଡିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଆକଳନ କରାଯାଇଛି । ଆଜି ମାଲକାନଗିରି, କୋରାପୁଟ, ରାୟଗଡା ଓ ଗଜପତିର ଗୋଟିଏ ବା ଦୁଇଟି ସ୍ଥାନରେ ବଜ୍ରପାତ, ଘଡଘଡି ସହ ବର୍ଷାହେବା ନେଇ ଅନୁମାନ କରାଯାଇଛି ।
ଅନ୍ୟପଟେ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ଜାରି । ଗୁଜୁରାଟ, ରାଜସ୍ଥାନ ପଞ୍ଜାବ, ହରିୟାଣା, ଛତିଶଗଡ, ଦିଲ୍ଲୀ ଆଦି ରାଜ୍ୟଗୁଡିକରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ କରିଛି । ଏନେଇ ଆଞ୍ଚଳିତ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାସହ ଆସନ୍ତା ୧୦ ତାରିଖରେ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।


