Home ଆଞ୍ଚଳିକ ଗାଁକୁ ପିଚୁ ରାସ୍ତା ଦାବିରେ ଜାତୀୟ ରାଜପଥ ଅବରୋଧ

ଗାଁକୁ ପିଚୁ ରାସ୍ତା ଦାବିରେ ଜାତୀୟ ରାଜପଥ ଅବରୋଧ

18

ମୟୂରଭଞ୍ଜ , ୦୯/୧୦/୨୧ (ଜିଲ୍ଲା ଖବର) : ଗାଁକୁ ପିଚୁ ରାସ୍ତା ଦାବିରେ ଜାତୀୟ ରାଜପଥ ଅବରୋଧ। ବାରିପଦା ଜିଆଣୀ କୋସଚ ଛକ ଠାରୁ ଝାନେଇ ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ପିଚୁ ରାସ୍ତା ଦାବୀ କରି ୧୮ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ।

ଦୀର୍ଘ ୫ବର୍ଷରୁ ଏହି ରାସ୍ତାକୁ ପିଚୁ କରିବା ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର କୌଣସି ପଦକ୍ଷେପ ନିଆଯାଉନି। ଏପରିକି ଜରୁରୀକାଳୀନ ସମୟରେ ଗାଁ ଭିତରକୁ ଗାଡିଟିଏ ଯାଇପାରୁନି। ତେଣୁ ରାସ୍ତା ନିର୍ମାଣ ଦାବିରେ ଗରାମାବସୀ ରାସ୍ତା ଅବରୋଧ କରିଛନ୍ତି।