
ମୁମ୍ବାଇ,୦୯/୧୦/୨୧ (ଜିଲ୍ଲା ଖବର) : ଦିନକୁ ଦିନ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଅଡୁଆ ବଢି ଚାଲିଛି । ଏବେ ଜେଲର ଚାରି କାନ୍ଥ ଭିତରେ ରାତି କାଟିବେ ଆର୍ଯ୍ୟନ । ଶୁକ୍ରବାର ଦିନ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ତେବେ ଜାମିନ ଆବେଦନ ଖାରଜ ହେବା ପରେ, ଆର୍ଯ୍ୟନ୍ ଖାନଙ୍କ ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଆର୍ଥର ରୋଡ୍ ଜେଲ୍ ପଠାଇ ଦିଆଯାଇଛି । ଏବେ ସମସ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବାକୁ ପଡିବ। ଏବେ ଆର୍ଯ୍ୟନଙ୍କ ଜାମିନ ଆବେଦନ ସେସନ କୋର୍ଟରେ ଦାଖଲ କରାଯିବ।
ହେଲେ ଏବେ ଆର୍ଯ୍ୟନ୍ ଖାନ ଓ ଅନ୍ୟ ଅଭିଯୁକ୍ତଙ୍କ ପାଇଁ ଅଡୁଆ ଅଧିକ ବଢିପାରେ। କାରଣ ସେସନ କୋର୍ଟରେ ଜାମିନ ଆବେଦନ ଦାଖଲ ହେବା ପରେ, ଆଇନ ପ୍ରକ୍ରିୟା ଲମ୍ବା ରହିଥାଏ। କାହିଁକି ନାଁ, ଆବେଦନ ଦାଖଲ ହେବା ପରେ, ଏହାକୁ ଏନସିବି ନିକଟକୁ ପଠାଯିବ। ସେଠାରୁ ଉତ୍ତର ଆସିବା ପରେ ଯାଇ ଶୁଣାଣି ହେବ। ଶୁଣାଣି ପାଇଁ ତାରିଖ ମଧ୍ୟ ମିଳିବାକୁ ସମୟ ଲାଗିଥାଏ।
ସୂଚନାଯୋଗ୍ୟ: ଏହି ମାମଲାରେ ବର୍ତ୍ତମାନ୍ ଯାଏ ମୋଟ୍ ୧୭ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ବିଭିନ୍ନ ପ୍ରକାରର ଡ୍ରଗ୍ଯ ସହି ନଗଦ ଟଙ୍କା ମଧ୍ୟ ଜବଦ ହୋଇଛି ।



