Friday, November 13, 2026
Home ଆଞ୍ଚଳିକ ଦିନକରେ ରାଜ୍ୟରେ 526 ପଜିଟିଭ ଚିହ୍ନଟ, 4 ମୁଣ୍ଡ ନେଲା କରୋନା

ଦିନକରେ ରାଜ୍ୟରେ 526 ପଜିଟିଭ ଚିହ୍ନଟ, 4 ମୁଣ୍ଡ ନେଲା କରୋନା

5

୦୯/୧୦/୨୧ (ଜିଲ୍ଲା ଖବର) :  ଗତ ୨୪ଘଣ୍ଟାରେ ରାଜ୍ୟରେ ୫୨୬ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩୦୩ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୨୨୩ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୬୮ ଜଣ ରହିଛନ୍ତି । 

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୩୧ହଜାର ୪୪କୁ ବୃଦ୍ଧି ପାଇଛି । ଏହା ସହିତ ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ୍ ରହିଛି ୫ ହଜାର ୩୫ । ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୨୩୩ ଜଣ, କଟକରୁ ୬୩ଜଣ ଓ ବାଲେଶ୍ୱରରୁ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛିନ୍ତ ।

ସେହିପରି କରୋନାରେ ଆଜି 4 ଜଣଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀରରୁ ଜଣେ, ଜଗତସିଂହପୁରରୁ ଜଣେ, ନବରଙ୍ଗପୁରରୁ 2 ଜଣ କରୋନାରୁ ପ୍ରାଣ ହରାଇଛନ୍ତି ।