Thursday, November 12, 2026
Home ଆଞ୍ଚଳିକ ଶେଷରେ ସତ ଓଗାଳିଲେ ଆର୍ଯ୍ୟନ୍ ଖାନ୍

ଶେଷରେ ସତ ଓଗାଳିଲେ ଆର୍ଯ୍ୟନ୍ ଖାନ୍

9

ମୁମ୍ବାଇ, ୦୯/୧୦/୨୧ (ଜିଲ୍ଲା ଖବର) : ଶେଷରେ ସତ ଓଗାଳିଲେ ଆର୍ଯ୍ୟନ୍ ଖାନ୍ । ଚରସ ସେବନ କରିଥିବା କଥା ମାନିଲେ  ଆର୍ଯ୍ୟନ୍  । ଏନସିବି  ଅଧିକାରୀଙ୍କ ସମ୍ମୁଖରେ ଚରସ ସେବନ କରିଥିବା ସ୍ବୀକାର କଲେ । ଏନେଇ ଏନସିବି ରିପୋର୍ଟରେ ସ୍ପଷ୍ଟ କରା ଯାଇଛି  । ତାଙ୍କର ବନ୍ଧୁ ଅରବାଜ୍ ମର୍ଚାଣ୍ଟ ଜୋତାରେ ୬ ଗ୍ରାମ୍ ଚରସ ଲୁଚାଇ ରଖିଥିଲେ । ଯିଏକି ସେହି କ୍ରୁଜ୍ ପାର୍ଟିରେ ଲିପ୍ତ ଥିଲେ ।   

ମୁମ୍ବାଇ ସମୁନ୍ଦ୍ରରେ ଅକ୍ଟୋବର ୨ ତାରିଖ ରାତିରେ ଚାଲିଥିବା ରେଭ୍ ପାର୍ଟିରେ ଚଢାଉ କରିଥିଲା ଏନସିବି । ଏହାପରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଯେତେବେଳେ ଏନସିବି ଅଧିକାରୀମାନେ ଅରବାଜ ଖାନଙ୍କୁ ପଚାରିଥିଲେ ଯେ, ତାଙ୍କ ପାଖରେ କୌଣସି ନିଶା ଅଛି ଅଛି କି ନାହିଁ । ସେତେବେଳେ ଜୋତାରେ ସେ ଡ୍ରଗ୍ସ ଲୁଚାଇ ରଖିଛନ୍ତି  ବୋଲି କହିଥିଲେ ।

ଏହା ସହିତ ଅରବାଜ ଏହା ମଧ୍ୟ ସ୍ୱିକାର କରିଥିଲେ, ଯେ ସେ ଆର୍ଯ୍ୟନ୍ ଖାନଙ୍କ ସହ ଚରସ ନେଉଛନ୍ତି ।  ଯେତେବେଳେ ଏନସିବି ଅଧିକାରୀମାନେ ଆର୍ଯ୍ୟନ୍ ଖାନଙ୍କୁ ପଚାରିଲେ, ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ଚରସ ଖାଉଛନ୍ତି । କ୍ରୁଜ୍ ଯାତ୍ରା ସମୟରେ ଧୂମପାନ ପାଇଁ ଏହି ଚରସଗୁଡ଼ିକୁ ନେଇଥିଲେ ।