
କଳାହାଣ୍ଡି, ୦୯/୧୦/୨୧ (ଜିଲ୍ଲା ଖବର) : କଳାହାଣ୍ଡିରେ ନକଲି ଶିକ୍ଷକ । ଯାଞ୍ଚ ବେଳେ ଧରା ପଡ଼ିଲା 12 ଜଣଙ୍କ ଜାଲ୍ ସାର୍ଟିଫିକେଟ । OTET ଜାଲ ସାର୍ଟିଫିକେଟ୍ ବୋର୍ଡ ଦ୍ୱାରା ଯାଞ୍ଚ କରାଯାଉଛି । କଳାହାଣ୍ଡିର ୧୩ଟି ବ୍ଲକରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କର ସାର୍ଟିଫିକେଟ୍ ଯାଞ୍ଚ କାମ ସରିଛି । ସାର୍ଟିଫିକେଟ ଯାଞ୍ଚ ସମୟରେ ସନ୍ଦେହ ବଳୟକୁ ଆସିଥିଲେ 19 ଶିକ୍ଷକ । ଏହାପରେ ସାର୍ଟିଫିକେଟର ବୈଧତା ଜାଣିବାକୁ ପରୀକ୍ଷା ପାଁଇ ପଠାଯାଇଥିଲା ।
ଅନେକ ଶିକ୍ଷକ ସିଧାସଳଖ ଜାଲ୍ OTET ସାର୍ଟିଫିକେଟ୍ ଦାଖଲ କରିଛନ୍ତି । ଅନ୍ୟମାନେ ରେଗୁଲାର ପୋଷ୍ଟ ପାଇଁ ଜାଲ ସାର୍ଟିଫିକେଟ୍ ଶିକ୍ଷା ବିଭାଗରେ ଦାଖଲ କରି ଚୁପ୍ ରହିଥିଲେ । ଏହି ଧରପକଡ ସମୟରେ ୧୨ଟି ସାର୍ଟିଫିକେଟ୍ ଜାଲ୍ ବୋଲି ବୋର୍ଡ ଦର୍ଶାଇଛି ।
ଏଥିରେ ଭବାନୀପାଟଣା, ଜୁନାଗଡ଼ରୁ ଜଣେ ଲେଖାଏଁ, ଏମ୍-ରାମପୁର ଓ କର୍ଲାମୁଣ୍ଡାରୁ 2 ଜଣ ଲେଖାଏଁ ଓ ଥୁଆମୂଳା ରାମପୁର 3 ଜଣ ନକଲି ଶିକ୍ଷକ ରହିଛନ୍ତି । କାରଣ ଦର୍ଶାଅ ନୋଟିସ୍ ପାଇବା ପରେ ସଂପୃକ୍ତ ଜାଲ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଯେଉଁ ଉତ୍ତର ରଖୁଛନ୍ତି ତାହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ଯାଞ୍ଚ ପ୍ରକ୍ରିୟାରେ ଅବହେଳା ଯୋଗୁଁ DEO ଓ BEOଙ୍କ ଦରମା ବନ୍ଦ ଲାଗି ଟ୍ରେଜେରୀକୁ ଜଣାଇଥିଲେ ।



