Home ଅପରାଧ ଧକ୍କା ଦେଇ ଫେରାର ହୋଇଗଲା ମିନି ଟ୍ରକ

ଧକ୍କା ଦେଇ ଫେରାର ହୋଇଗଲା ମିନି ଟ୍ରକ

12

ବଲାଙ୍ଗୀର , ୦୯/୧୦/୨୧ (ଜିଲ୍ଲା ଖବର) : ସାଇକେଲ ଆରୋହୀକୁ ଧକ୍କା ଦେଇ ଫେରାର ହୋଇଗଲା ମିନି ଟ୍ରକ। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା- ଖଡ଼ିଆଳ ୫୯ ଜାତୀୟ ରାଜପଥ ଗନ୍ଧରା ବନ୍ଧ ଗାଁ ନିକଟରେ ଏକ ମିନିଟ୍ରକ ସାଇକେଲକୁ ଧକ୍କା ଦେଇ ଫେରାର ହୋଇଛି।

ସାଇକେଲ ଆରୋହୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ସମରେ ସେ ମୃତ୍ୟୁ ମୁଖରେ ପଡିଛନ୍ତି। ମୃତକ ଜଣକ ହେଲେ ବଙ୍ଗୋମୁଣ୍ଡା ଥାନା ଗୋହିରା ମୁଣ୍ଡା ଗାଁର ବିଦ୍ୟାଧର ପୁଟେଲ ।

ସାଇକେଲ ଆରୋହୀ ଜଣେ ପରିବା ବିକାଳୀ ହୋଇ ଥିବା ବେଳେ ସେ ଭାଲୁମୁଣ୍ଡା ବଜାରକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ ।