
ଭଦ୍ରକ ,୦୯/୧୦/୨୧ (ଜିଲ୍ଲା ଖବର) : ପୋଖରୀରେ ବୁଡ଼ି ଶିଶୁ ମୃତ। ଚାନ୍ଦବାଲି ବ୍ଲକ ବଂଶଡା ଥାନା ଅଧୁନ ମୌସୁଧା ୟତ ଜୁରୁନ୍ଦା ଗାଁରେ ଏହି ଅଘଟଣ ଘଟିଛି । ଦୁଇ ବର୍ଷର ଶିଶୁଟି ଖେଳୁଥିବା ସମୟରେ ନିକଟରେ ଥିବା ଏକ ପୋଖରୀ ମଧ୍ୟରେ ବୁଡ଼ି ଯାଇ ମୃତ୍ୟୁବରଣ କରିଛି ।
ପୋଖରୀ ମଧ୍ୟରୁ ପରିବାର ଲୋକ ଶିଶୁଟିକୁ ଉଦ୍ଧାର କରି ଚାନ୍ଦବାଲି ମେଡ଼ିକାଲରେ ଭର୍ତି କରିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏଥିନେଇ ବ୍ୟଶଡ଼ା ଥାନାରେ ଅଭିଯୋଗ ପରେ ବ୍ୟଶଡ଼ା ପୋଲିସ ଶବ ଜବଦ କରିବା ଶହ ଶବ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ପଠାଇଛି ।



