Tuesday, October 20, 2026
Home ଅପରାଧ ୧୦ ଲକ୍ଷ ଟଙ୍କାର ନକଲି ବିଦେଶୀ ମଦ ଜବତ

୧୦ ଲକ୍ଷ ଟଙ୍କାର ନକଲି ବିଦେଶୀ ମଦ ଜବତ

9

ବାଲେଶ୍ଵର, ୦୯/୧୦/୨୧ (ଜିଲ୍ଲା ଖବର) : ଭୋଗରାଇରୁ ପ୍ରାୟ ୧୦ ଲକ୍ଷ ଟଙ୍କାର ନକଲି ବିଦେଶୀ ମଦ ଜବତ କରିଛି ଜଳେଶ୍ୱର ଅବକାରୀ ବିଭାଗ । ସୂଚନା ମୁତାବକ, ପାର୍ବଣକୁ ଦୃଷ୍ଟିରେ ରଖି ଓଡିଶା ବଜାରରେ ସକ୍ରିୟ ହୋଇ ଉଠିଛନ୍ତି ନକଲି ମଦ ବ୍ୟବସାୟୀ ।

ବିହାରରୁ ଭାୟା ପଶ୍ଚିମବଙ୍ଗ ଦେଇ ଓଡିଶା ମଧ୍ୟକୁ ପ୍ରବେଶ କରୁଛି ବିଭିନ୍ନ ନାମି ଦାମୀ କମ୍ପାନୀର ନକଲି ମଦ । ବିଶେଷ ସୂତ୍ରରୁ ଖବର ପାଇଁ ଜଳେଶ୍ୱର ଅବକାରୀ ବିଭାଗ ଭୋଗରାଇ ୫୭ ନମ୍ବର ରାଜ୍ୟ ରାଜପଥ ବାଟଗ୍ରାମ ନିକଟରୁ ଏକ ନକଲି ମଦ ଭର୍ତ୍ତି ପିକ ଅପ ଜବତ କରିବା ସହ ଚାରି ଜଣକୁ ଗିରଫ କରିଛି। ଏ ନେଇ ଅବକାରୀ ବିଭାଗ ଅଧିକ ତଦନ୍ତ କରୁଛି ।