
ମୁମ୍ବାଇ,୦୯/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମସ୍ୟା ବଢିଲା । ତାଙ୍କର ଜାମିନ୍ ଆବେଦନ ଖାରଜ ହେବା ପରେ, ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ତେବେ ଆର୍ଯ୍ୟନ୍ ଖାନଙ୍କ ସମେତ ୮ ଅଭିଯୁକ୍ତଙ୍କୁ ବର୍ତ୍ତମାନ ଜେଲରେ ରହିବାକୁ ପଡିବ ।
ଅନ୍ୟପଟେ ଶାହାରୁଖ ଖାନ ଓ ତାଙ୍କ ପତ୍ନୀ ଗୌରୀ ଖାନ ନିଜ ପୁଅକୁ ଏପରି ଅବସ୍ଥାରେ ଦେଖି ବେଶ ଦୁଃଖ ପ୍ରକାଶ କରିବା ସହିତ, କଷ୍ଟ ଅନୁଭବ କରୁଛନ୍ତି । ପୁଅକୁ ଜାମିନ୍ ମିଳିଯାଉ ବୋଲି ଦୁହେଁ ଯଥାସମ୍ଭବ ଚେଷ୍ଟା ଚଲାଇଛନ୍ତି । କିନ୍ତୁ ଶେଷରେ ନିରାଶ ହୋଇଛନ୍ତି । ଯାହାକୁ ନେଇ ସେମାନେ ବେଶ ଭାଙ୍ଗି ପଡିଛନ୍ତି ।
ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ଗୌରୀ ଖାନ୍ କାନ୍ଦୁଥିବା ନଜର ଆସୁଛନ୍ତି । ଏକ କାରରେ ବସି ,ମୁହଁରେ ହାତ ଦେଇ ସେ କାନ୍ଦୁଛନ୍ତି । ଏହି ସମୟରେ ଗୌରୀ ଏକ ଧଳା ସାର୍ଟ ଏବଂ ନୀଳ ଜିନ୍ସରେ ଦେଖାଦେଇଥିଲେ ।



