
ନୂଆଦିଲ୍ଲୀ, ୦୯/୧୦/୨୧ (ଜିଲ୍ଲା ଖବର) : ୨୦୧୨ରେ ବିବାହ ଓ ତା ପରେ ମା’ହେବା ପରେ ସିନେ ଦୁନିଆଁରୁ କିଛି ଦିନ ପାଇଁ ଦୂରେଇ ଯାଇଥିଲେ ଅଭିନେତ୍ରୀ ଇଶା ଦେଓଲ୍ । ଖବର ଅନୁଯାୟୀ, ଏବେ ପୁଣି ସେ ଅଭିନୟ ଦୁନିଆଁକୁ ଫେରିବାକୁ ଯାଉଛନ୍ତି । ଖୁବ୍ ଶୀଘ୍ର ଡିଜିଟାଲ ଡେବ୍ୟୁ କରିବେ ଇଶା ।
ପ୍ରକାଶ ଥାଉକି, ‘କୋଇ ମେରେ ଦିଲ୍ ସେ ପୁଛେ’ ଫିଲ୍ମ ଦ୍ୱାରା ବଲିଉଡରେ ଡେବ୍ୟୁ କରିଥିଲେ ଇଶା ଦେଓଲ୍ । ତେବେ ଏହି ଫିଲ୍ମ ପାଇଁ ଇଶା ଦେଓଲଙ୍କୁ ଫିଲ୍ମଫେୟାର୍ ବେଷ୍ଟ୍ ଫିମେଲ୍ ଡେବ୍ୟୁ ପୁରସ୍କାର ମିଳିଥିଲା। ଏହା ପରେ ସେ ‘ନା ତୁମ୍ ଜାନୋ ନା ହମ’, ‘ଧୁମ୍’ ଓ ‘କାଲ୍’ରେ ମଧ୍ୟ ସେ କାମ କରିଛନ୍ତି। ଅଜୟ ଦେବଗନଙ୍କ ଆଗାମୀ ସିରିଜ୍ ‘ରୁନ୍ଦ୍ର : ଦ ଏଜ୍ ଅଫ୍ ଡାର୍କନେସ୍’ରୁ ଇଶା ତାଙ୍କର ଡିଜିଟାଲ ଡେବ୍ୟୁ ଆରମ୍ଭ କରିବାକୁ ଯାଉଛନ୍ତି।
କିଛି ସମୟ ଧରି ସିନେ ଦୁନିଆରୁ ଦୂରରେ ଥିବା ଇଶା ଦେଓଲ୍ ଏହି ୱେବ୍ ସିରିଜ୍ରୁ ଅଭିନୟ ଦୁନିଆକୁ ପୁଣି ଫେରୁଛନ୍ତି। ଏହି ସିରିଜ୍ରେ ଇଶା, ଅଜୟ ଦେବଗନଙ୍କ ପ୍ରେମିକା ଭୂମିକାରେ ନଜର ଆସିବେ।




